ପ୍ରଫେସରଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ ଆଣି କଲେଜରୁ ତଡା ଖାଇଲେ ଛାତ୍ରୀ

ହାଇଦ୍ରାବାଦ: କଲେଜରେ ପ୍ରଫେସର କରିଥିଲେ ଯୌନ ଉତ୍ପୀଡନ । ଆଉ ମି ଠୁ ପ୍ରଭାବରେ ସାହସ ପାଇ ପ୍ରଫେସରଙ୍କ ବିରୋଧରେ ମୁହଁ ଖୋଲିଥିଲେ ଛାତ୍ରୀ । ହଲେ ପ୍ରଫେସରଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ ଆଣିବା ଦୁଇ ଛାତ୍ରୀଙ୍କ ଲାଗି ମହଙ୍ଗା ହୋଇଛି । କଲେଜରୁ ଡତା ଖାଇବାକୁ ପଡିଛି ଦୁଇ ଛାତ୍ରୀଙ୍କୁ ।
ହାଇଦ୍ରବାଦସ୍ଥିତ ସିମ୍ବିଓସିସ୍‌ ଲ’ ସ୍କୁଲରେଏପରି ଏକ ଘଟଣା ଘଟିଥିବା ସୂଚନା ମିଳିଛି। ଏଲ୍‌ଏଲ୍‌ବି ଶ୍ରେଣୀର ଦୁଇ ଜଣ ଛାତ୍ରୀ କଲେଜର ଜନୈକ ପ୍ରଫେସର ସେମାନଙ୍କୁ ଯୌନ ନିର‌୍ୟାତନା ଦେଉଥିବା କଥା ଏକ ଇଲେକ୍‌ଟ୍ରେନିକ ଗଣମାଧ୍ୟମରେ କହିବା ସହ ସୋସିଆଲ୍‌ ମିଡିଆରେ ମଧ୍ୟ ପୋଷ୍ଟ କରିଥିଲେ। ଏହାପରେ କଲେଜ କର୍ତ୍ତୃପକ୍ଷଙ୍କ ନାଲି ଆଖିର ଶିକାର ହୋଇଥିଲେ ସେମାନେ। ସେମାନଙ୍କୁ ମୌଖିକ ଭାବେ କଲେଜରୁ ରଷ୍ଟିକେଟ୍‌ ବା ବହିଷ୍କାର କରାଯାଇଛି।
ଅଭିଯୋଗ ଆଣିଥିବା ଛାତ୍ରୀ ଅପୂର୍ବା ଓ୍ଵାଇକେ କହିଛନ୍ତି ଯେ, କଲେଜ୍‌ର ଡିନ୍‌ ଶଶିକଳା ଗୁର୍‌ପୁର୍‌ ପ୍ରଥମେ ତାଙ୍କୁ ସୋସିଆଲ୍‌ ମିଡିଆରୁ ପୋଷ୍ଟ ପ୍ରତ୍ୟାହାର କରିନେଇ ନିଃସର୍ତ୍ତ କ୍ଷମାପ୍ରାର୍ଥନା କରିବାକୁ କହିଥିଲେ। ଏଥିସହ ଛାତ୍ରୀଙ୍କୁ ମଧ୍ୟ କଲେଜ୍‌ ପକ୍ଷରୁ ଧମକ ଦିଆଯାଇଥିବା ଅଭିଯୋଗ କରିଛନ୍ତି ଅପୂର୍ବା। ଏହାପରେ ଦୁଇ ଛାତ୍ରୀଙ୍କୁ ମୌଖିକ ଭାବେ ବିତାଡ଼ିତ କରାଯାଇଛି।

(ଫଟୋ: ସୈଜନ୍ୟ ଇଣ୍ଡିଆନ ଏକ୍ସପ୍ରେସ )