ସରଳୀକୃତ ଇଲୋକ୍‌ଟ୍ରୋନିକ୍‌ ରିସିଟ୍‌ ବ୍ୟବସ୍ଥା ଇ-ରିସିପଫ ୨.୦ର ଶୁଭାରମ୍ଭ

ଭୁବନେଶ୍ୱର :  ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ୫-‘ଟି’ ମନ୍ତ୍ରକୁ ଆଧାର କରି ରାଜ୍ୟ ଅର୍ଥ ବିଭାଗ ସମନ୍ୱିତ ଆର୍ଥିକ ପରିଚାଳନା ବ୍ୟବସ୍ଥା (ଆଇ.ଏଫ୍‌.ଏମ୍‌.ଏସ୍‌) ଅନ୍ତର୍ଗତ ଇ-ରିସିଟ୍‌ ଓ ଇ-ବିତରଣ ପ୍ରକ୍ରିୟାରେ ଇ-ଗଭର୍ଣ୍ଣାନ୍ସକୁ ତ୍ୱରାନ୍ୱିତ କରିବା ସହ ନାଗରିକମାନଙ୍କୁ ଉତ୍ତମ ସେବା ପ୍ରଦାନ କରିବା ପାଇଁ ଏକାଧିକ ନୂତନ ପଦକ୍ଷେପ ଗ୍ରହଣ
କରିଆସୁଛନ୍ତି ।
ଏହି କ୍ରମରେ ପୁନଃସରଳୀକୃତ ଇଲୋକ୍‌ଟ୍ରୋନିକ୍‌ ରିସିଟ୍‌ ବ୍ୟବସ୍ଥା ଇ-ରିସିପଫ ୨.୦ ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଦ୍ୱାରା ଲୋକସେବା ଭବନରେ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ହୋଇଛି । ଇ-ରିସିପଫ ପ୍ରକ୍ରିୟାରେ ଜନସାଧାରଣ ସେମାନଙ୍କର ସରକାରୀ ଟିକସ ଓ ଅନ୍ୟାନ୍ୟ ଦେୟ ପ୍ରଦାନ ପାଇଁ ନୂତନ
ମାଧ୍ୟମ ଯଥା କାର୍ଡ, ୟୁପିଆଇ ଆଇଡି, କୁ୍ୟଆର୍‌ କୋଡ୍‌ ଓ ୱାଲେଟ୍‌ର ପ୍ରଚଳନ କରାଯାଇଛି । ଏଥି ସକାଶେ, ଓଡ଼ିଶା ଟ୍ରେଜେରୀ ପୋର୍ଟାଲ ଇଣ୍ଡିଆନ୍‌ ବ୍ୟାଙ୍କ ଓ ଆକ୍ସିସ୍‌ ବ୍ୟାଙ୍କର ପେମେଣ୍ଟ ଗେଟ୍‌େୱ ଯଥା ବିଲ୍‌ ଡେକ୍ସ ଓ ସିସି ଆଭେନୁ୍ୟର ସେବା ଗ୍ରହଣ କରିଛି । ଏହି ଉପଲକ୍ଷେ ରାଜ୍ୟ ସରକାର ଓ ଉପରୋକ୍ତ ଦୁଇ ଗୋଟି ବ୍ୟାଙ୍କ ମଧ୍ୟରେ ସେବାଭିତ୍ତିକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି ।
ଉକ୍ତ କାର୍ଯ୍ୟକ୍ରମରେ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଲ କୁମାର ଦେବ ଅର୍ଥ ବିଭାଗ ଏହି ଇରିସିପଫ ୨.୦ ବ୍ୟବସ୍ଥାରେ ନୂତନ ଭାବେ ଯୋଡ଼ାଯାଇଥିବା ଦେୟ ପ୍ରଦାନର ମାଧ୍ୟମଗୁଡ଼ିକ ଉପରେ ଆଲୋକପାତ କରିଥିଲେ ।
ଉନ୍ନୟନ କମିଶନର ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଚିବ ଶ୍ରୀ ପ୍ରଦୀପ ଜେନା ଇ-ଗଭର୍ଣ୍ଣାନ୍ସର ପ୍ରଚଳନ ପାଇଁ ଅର୍ଥ ବିଭାଗର ପ୍ରଚେଷ୍ଟା ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ । ‘ମୋ ସରକାର’ର ଲକ୍ଷ୍ୟକୁ ପାଥେୟ କରି, ଇଲେକ୍‌ଟ୍ରୋନିକ୍‌ ରିସିଟ୍‌ ବ୍ୟବସ୍ଥାକୁ ସୁଦୃଢ଼ ଓ ଲୋକାଭିମୁଖୀ କରି ଜନସାଧାରଣମାନଙ୍କ ପାଖରେ ଉତ୍ତମ ସେବା ପହଞ୍ଚାଇବାରେ ଅର୍ଥ ବିଭାଗର ପ୍ରଚେଷ୍ଟାକୁ ଓଡ଼ିଶା ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଭୂୟସୀ ପ୍ରଶଂସା କରିଥିଲେ ।
ଏହି ସରକାରୀ କାର୍ଯ୍ୟକ୍ରମରେ ଟ୍ରେଜେରୀ ନିର୍ଦ୍ଦେଶକ ଶ୍ରୀ ରୂପନାରାୟଣ ଦାସ, ଇଣ୍ଡିଆନ୍‌ ବ୍ୟାଙ୍କର ଆଞ୍ଚଳିକ ମୁଖ୍ୟ ଓ ଅକ୍ସିସ୍‌ ବ୍ୟାଙ୍କର ରାଜ୍ୟ ମୁଖ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।