କଟକରେ ଖୋଲିଲା ୨୦ଟି ମୁ ବୁଥ୍‌, ଅତିଶିଘ୍ର ଅନ୍ୟ ସହରକୁ ଯିବା ଯୋଜନା

ଶୁଦ୍ଧତା ଓ ସତେଜତାର ଚାହିଦା ପୂରଣ ପାଇଁ ମିଲ୍କ ମନ୍ତ୍ର ଆଣିଲା ବୈଷୟିକ ଜ୍ଞାନକୌଶଳ ସମ୍ବଳିତ ‘ମୁ ବୁଥ୍‌’

ଭୁବନେଶ୍ୱର, ୧୨ ଫବୃୟାରୀ, ୨୦୨୧: ନିଜ ବିତରଣ ସେବାକୁ ଆହୁରି ସୁଦୃଢ କରିବା ପାଇଁ ରାଜ୍ୟର ସବୁଠାରୁ ବିଶ୍ୱସ୍ତ ଓ ପସନ୍ଦଯୋଗ୍ୟ ଦୁଗ୍ଧଜାତ ଦ୍ରବ୍ୟ ବ୍ରାଣ୍ଡ ମିଲ୍କି ମୁ ର ମୂଳ କମ୍ପାନୀ ମିଲ୍କ ମନ୍ତ୍ର ଆଜି ଆଉ ଏକ ବିପ୍ଳବୀ ପଦକ୍ଷେପ ନେଇ କଟକ ସହରରେ ମୁ ବୁଥ୍ ମାନ ସ୍ଥାପିତ କରିଛି ।
ପ୍ରଥମ ସୋପାନରେ ଆଜି କମ୍ପାନୀ କଟକରେ ୨୦ଟି ମୁ ବୁଥ୍ ର ଶୁଭ ଲୋକାର୍ପଣ କରିବା ସହ ନିକଟ ଭବିଷ୍ୟତରେ ରାଜ୍ୟର ଅନ୍ୟ ବଡ ସହର ଯଥା:- ଭୁବନେଶ୍ୱର, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର, ବାଲେଶ୍ୱର ଓ ପୁରୀ ଠାରେ ମୁ ବୁଥ୍ ମାନ ଖୋଲିବାର ଯୋଜନା ରଖିଛି । ମୁ ବୁଥ୍ ବିତରଣ ବ୍ୟବସ୍ଥାର ସମଗ୍ର ନେଟ୍‌ୱର୍କ ବୈଷୟିକ ଜ୍ଞାନକୌଶଳ ସମ୍ବଳିତ ହୋଇ ରିଟେଲ୍ ଦୋକାନମାନଙ୍କରେ ଉତ୍ପାଦମାନଙ୍କ ସତେଜତା ସୁନିଶ୍ଚିତ କରିବା ସଙ୍ଗେସଙ୍ଗେ ରିଟେଲରମାନଙ୍କୁ ଉନ୍ନତ ଇନ୍‌ଭେନ୍‌ଟୋରୀ ମ୍ୟାନେଜ୍‌ମେଣ୍ଟ ଦେବାରେ ସହାୟ ହେବ ।
ଏହି ଅବସରରେ ସୂଚନା ଦେଇ ମିଲ୍କ୍ ମନ୍ତ୍ରର ମୁଖ୍ୟ ପରିଚାଳନା ଅଧିକାରୀ (ସିଓଓ) ସନ୍ଦୀପନ୍ ଘୋଷ କହିଲେ ଯେ, “ବଜାରରେ ମିଲ୍କି ମୁ ଉତ୍ପାଦମାନଙ୍କ ଚାହିଦା ଓ ଯୋଗାଣ ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବା ଦିଗରେ ମୁ ବୁଥ୍ ମିଲ୍କ ମନ୍ତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ରିୟଲ୍ ଟାଇମ୍ ଇନ୍‌ଭେନ୍‌ଟୋରୀ ମ୍ୟାନେଜ୍‌ମେଣ୍ଟ ଭଳି ବୈଷୟିକ ଜ୍ଞାନକୌଶଳ ବଳରେ ଆମେ ଆମ ସମଗ୍ର ଯୋଗାଣ ଶୃଙ୍ଖଳ ଉପରେ ନଜର ରଖିବା ସଙ୍ଗେସଙ୍ଗେ ଏହାର ଦକ୍ଷତାକୁ ବଢାଇବାରେ ସକ୍ଷମ ହେବୁ । ଗ୍ରାହକଙ୍କଠାରୁ ଚାଷୀମାନଙ୍କ ପର୍ଯ୍ୟନ୍ତ ଏକ ଶୁଦ୍ଧତମ ଜୀବନଶୈଳୀ ଦେବା ହେଉଛି ଆମର ମୂଳ ଲକ୍ଷ୍ୟ ଏବଂ ମୁଁ ଦୃଢ ଭାବେ ଆଶାବାଦୀ ଯେ, ମୁ ବୁଥ୍ ଆମ ଶୁଦ୍ଧତା ଓ ସତେଜତାର ପ୍ରତିଶୃତି ରକ୍ଷା କରିବାରେ ସହାୟ ହେବ” ।
“ଆମେ ଆମ ଗ୍ରହକମାନଙ୍କୁ ଅତ୍ୟନ୍ତ ଗୁଣବତା ବିଶିଷ୍ଟ ଦୁଗ୍ଧଜାତ ଦ୍ରବ୍ୟ ପହଞ୍ଚାଇବା ସହ ଉତ୍ପାଦ ଗୁଡିକର ସତେଜତା ଓ ଶୁଦ୍ଧତାର ଅନୁଭବ ଦେବାକୁ ଚାହୁଁଛୁ । ମୁ ବୁଥ୍ ଗୁଡିକ ଫ୍ରାଞ୍ଚାଇଜ୍ ପରିଚାଳନା ଅଧୀନରେ ରହିବେ ଏବଂ ଏଠାରେ ଆମର ସମଗ୍ର ଉତ୍ପାଦ ଯଥା:- ସତେଜ କ୍ଷୀର, ଦହି, ପନିର୍‌, ଛେନାପୋଡ ଓ ଚକ୍‌ଲେଟ୍ ଛେନାପୋଡ ଆଦି ଉପଲବ୍ଧ ହେବ । ଏହି ଉତ୍ପାଦ ଗୁଡିକ ଆଗକୁ ଯାଇ ଫ୍ରାଞ୍ଚାଇଜ୍ ଅଧୀନରେ ଥିବା ଅଞ୍ଚଳ ଗୁଡିକରେ ରିଟେଲ୍ କାଉଣ୍ଟର ମାନଙ୍କରେ ବିତରଣ କରାଯିବ” । ଏହି ନୂତନ ବ୍ୟବସ୍ଥା ବିଷୟରେ ସୂଚନାଦେଇ ସିଓଓ ଘୋଷ କହିଥିଲେ ।
ସୂଚନାଯୋଗ୍ୟ, ମିଲ୍କ ମନ୍ତ୍ର ଦୁଗ୍ଧଜାତ ଦ୍ରବ୍ୟ ଶିଳ୍ପକ୍ଷେତ୍ରରେ ଅନେକ ସୃଜନଶୀଳ ତଥା ବୈଜ୍ଞାନିକ ଜ୍ଞାନକୌଶଳ ବିଶିଷ୍ଟ ବ୍ୟବସ୍ଥା ମାନ ଆଣି ବଜାରରେ ନିଜପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି । ଦୁଗ୍ଧ ସଂଗ୍ରହ ଠାରୁ ଆରମ୍ଭ କରି ଉତ୍ପାଦନ, ବଜାରୀକରଣ ଏବଂ ଗ୍ରାହକଙ୍କ ପର୍ଯ୍ୟନ୍ତ ଯୋଗାଣ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ଛାପ ଛାଡି ପାରିଛି । ନିଜ ନୈତିକ ଦୁଗ୍ଧ ସଂଗ୍ରହ କାର୍ଯ୍ୟକ୍ରମ ଫଳରେ ଏକ ସିଧାସଳଖ ଓ ସ୍ୱଚ୍ଛ ଦେୟ ପ୍ରକ୍ରିୟା ପାଇଁ ଜଣାସୁଣା ମିଲ୍କ ମନ୍ତ୍ରର ଚାଷୀ ନେଟୱର୍କରେ ୬୮ ହଜାର ରୁ ଉର୍ଦ୍ଧ ଦୁଗ୍ଧ ଚାଷୀ ଥିବାବେଳେ ଏମାନଙ୍କ ମଧ୍ୟରୁ ଅନେକ ନିଜ ଚିରାଚରିତ ବାର୍ଷିକ ରୋଜଗାରରୁ ୭୦ ପ୍ରତିଶତ ଅଧିକ ରୋଜଗାର କରିପାରୁଛନ୍ତି ।
ମିଲ୍କ୍ ମନ୍ତ୍ର ସର୍ମ୍ପକରେ (ଙ୍ଗଙ୍ଗଙ୍ଗ.ଜ୍ଞସକ୍ଷଳଜ୍ଞବଦ୍ଭଗ୍ଧକ୍ସବ.ମକ୍ଟଜ୍ଞ)

ଓଡିଶାର ରାଜଧାନୀ ଭୁବନେଶ୍ୱରରେ ମୁଖ୍ୟ କାର୍ଯ୍ୟାଳୟ ଥିବା ମିଲ୍କ୍ ମନ୍ତ୍ର ହେଉଛି ଏକ ଭିନ୍ନ ଧରଣର ଷ୍ଟାର୍ଟଅପ୍ । ଶ୍ରୀକୁମାର ମିଶ୍ରଙ୍କ ଦ୍ୱାରା ୨୦୦୯ରେ ସ୍ଥାପିତ ମିଲ୍କ୍ ମନ୍ତ୍ର ଅନେକ ଏଭଳି କାର୍ଯ୍ୟଶୈଳୀ ଆପଣାଇଛି ଯାହା ଦେଶର ଅନ୍ୟ ଫୁଡ୍ ଷ୍ଟାର୍ଟଅପ୍ ଓ ଡେରୀ କମ୍ପାନୀ ଅଣଦେଖା କରିଛନ୍ତି କିମ୍ବା ସମ୍ପାଦନ କରିବାରେ ବିଫଳ ହୋଇଛନ୍ତି । ମିଲ୍କ୍ ମନ୍ତ୍ର ଭାରତର ଦୁଗ୍ଧଜାତ ଦ୍ରବ୍ୟ ଶିଳ୍ପ କ୍ଷେତ୍ରରେ ଏକ ପ୍ରଭାବଶାଳୀ ତଥା ଉଦ୍ଦେଶ୍ୟପୂର୍ଣ୍ଣ ପରିବର୍ତ୍ତନ ଅଣିବାରେ ସକ୍ଷମ ହୋଇଛି । ବିଶେଷ ଭାବେ ଖାଦ୍ୟ, ଷ୍ଟାର୍ଟଅପ୍ ଏବଂ ଦୁଗ୍ଧଜାତ ଦ୍ରବ୍ୟ କ୍ଷେତ୍ରରେ ଅଭିନବ ବ୍ୟବସାୟ ପଦ୍ଧତି ଠାରୁ ବିଚ୍ଛିନ୍ନ ଥିବା ପୂର୍ବ ଭାରତରେ ମିଲ୍କ୍ ମନ୍ତ୍ର ଗ୍ରାହକ ଓ ଖାଦ୍ୟସାମଗ୍ରୀ ମଧ୍ୟରେ ରହିଆସିଥିବା ଭରଷା ଅଭାବକୁ ଦୂର କରପାରିିଛି ।

ନିଜ ଉତ୍ପାଦିତ କ୍ଷୀରରୁ ଛେନାପୋଡ ଭଳି ଏକ ମିଷ୍ଟାନ୍ନ ପ୍ରସ୍ତୁତ କରିବା ସଙ୍ଗେ ସଙ୍ଗେ କମ୍ପାନୀ ଏହାର ବିତରଣ କରିବା ଆରମ୍ଭ କରିଛି । ଖାଦ୍ୟ ଶିଳ୍ପ କ୍ଷେତ୍ରରେ ରହି ଆସିଥିବା ସ୍ଥାଣୁତାକୁ ଭଙ୍ଗ କରି ମିଲ୍କ୍ ମନ୍ତ୍ର ନିଜର ଆହ୍ୱାନପୂର୍ଣ୍ଣ କାର୍ଯ୍ୟଶୈଳୀ ଓ ଗ୍ରାହକମାନଙ୍କ ଆବଶ୍ୟକତାକୁ ସଠିକ୍ ଭାବେ ବୁଝିପାରିବା ବଳରେ ଏକ ଉତ୍ସାହଜନକ ବ୍ରାଣ୍ଡ ପ୍ରସ୍ତୁତ କରିଛି ଯାହା ବିଗତ ବର୍ଷମାନଙ୍କରେ ଗ୍ରାହକମାନଙ୍କ ଦ୍ୱାରା ଆଦୃତ ହୋଇଛି ।

ଏହି ଯାତ୍ରାରେ ମିଲ୍କ୍ ମନ୍ତ୍ର ସଦାସର୍ବଦା ନିଜର ଗୋଚାଷୀ ନେଟ୍‌ୱାର୍କକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭାଗୀଦାର ଭାବେ ଗ୍ରହଣକରିଆସିଛି । ବ୍ରାଣ୍ଡ କ୍ୟାପିଟାଲ୍ ଫଙ୍କ୍‌ସନାଲ୍ ଇନୋଭେସନ ଓ ଟେକନୋଲୋଜି ବଳରେ ନିଜର ନୈତିକ ଦୁଗ୍ଧ ସଂଗ୍ରହ ନେଟ୍‌ୱାର୍କରେ ୬୮,୦୦୦ରୁ ଅଧିକ ଦୁଗ୍ଧଚାଷୀଙ୍କୁ ଅର୍ନ୍ତଭୁକ୍ତ କରିପାରିଛି ଓ ସେମାନଙ୍କ ମଧ୍ୟରୁ ଅନେକଙ୍କ ଆୟକୁ ୭୦ ପ୍ରତିଶତ ପର୍ଯ୍ୟନ୍ତ ବଢାଇପାରିଛି ଏବଂ ଏହାର ‘ମିଲ୍କି ମ’ୁ ବ୍ରାଣ୍ଡ ଦେଶର ଦ୍ରୁତ ଅଭିବୃଦ୍ଧିଶୀଳ ଖାଦ୍ୟସାମଗ୍ରୀ ବ୍ରାଣ୍ଡମାନଙ୍କ ମଧ୍ୟରୁ ଅନ୍ୟତମ ।

ଦାୟିତ୍ୱପୂର୍ଣ୍ଣ ବ୍ୟବସାୟିକ ଚିନ୍ତାଧାରାକୁ ଭାରତୀୟ ଷ୍ଟାର୍ଟଅପ୍ କ୍ଷେତ୍ରରେ ସ୍ଥାପିତ କରି ଏକ ପ୍ରସାରିତ ତଥା ଦୀର୍ଘମିଆଦି ପ୍ରଭାବ ସୃଷ୍ଟିକରିବା ଦିଗରେ ସୁଚିନ୍ତିତ ପୁଞ୍ଜିବାଦ ଭଳି ଏକ ନୂତନ କାର୍ଯ୍ୟପଦ୍ଧତିକୁ ଭିତ୍ତିକରି ମିଲ୍କ୍ ମନ୍ତ୍ର ପ୍ରତିଷ୍ଠିତ ହୋଇଛି ।