ଭୁବନେଶ୍ୱରରେ ଫ୍ଲେକ୍ସଷ୍ଟୋନର ପ୍ରଥମ ଏକ୍ସକ୍ଲୁସିଭ ଗ୍ୟାଲେରୀ ଉଦଘାଟିତ

ଭୁବନେଶ୍ୱର : ଦେଶରେ କ୍ଲାଡିଙ୍ଗ ସାମଗ୍ରୀ କ୍ଷେତ୍ରରେ ଲୋକପ୍ରିୟ କମ୍ପାନି ଫ୍ଲେକ୍ସଷ୍ଟୋନ ପକ୍ଷରୁ ଭୁବନେଶ୍ୱରରେ ନିଜର ଏକ୍ସକ୍ଲୁସିଭ ଗ୍ୟାଲେରୀ ଖୋଲାଯାଇଛି । ଏହାକୁ କମ୍ପାନିର ଫ୍ରାଞ୍ଚାଇଜି ଲିଙ୍ଗରାଜ ଗ୍ରାନାଇଟ୍ ପକ୍ଷରୁ ଖୋଲାଯାଇଛି । ବଲିଉଡ ଷ୍ଟାର ତଥା ଏହାର ବ୍ରାଣ୍ଡ ଆମ୍ବାସାଡର ସୁନୀଲ ସେଟ୍ଟୀ ଏହାର ଉଦଘାଟନ କରିଛନ୍ତି । ସାରା ଭାରତରେ ଥିବା ନିଜର ଏକ୍ସକ୍ଲୁସିଭ ଗ୍ୟାଲେରୀଗୁଡ଼ିକର ଲୋକପ୍ରିୟତା ପରେ ଭୁବନେଶ୍ୱରରେ ଖୋଲିଥିବା ଏହି ଏକ୍ସକ୍ଲୁସିଭ ଗ୍ୟାଲେରୀରେ ମଧ୍ୟ ଡେକୋରେଟିଭ କଂକ୍ରିଟ ସଲ୍ୟୁସନର ସଂପୂର୍ଣ୍ଣ ରେଞ୍ଜ୍ ଉପଲବ୍ଧ ହେବ, ଯେଉଁଗୁଡ଼ିକ କି ଅତ୍ୟାଧୁନିକ ଓ ଉଚ୍ଚଗୁଣମାନର । ଏସବୁ ଉତ୍ପାଦଗୁଡ଼ିକ ପରିବେଶ ଅନୁକୂଳ ଅଟେ କାରଣ ଏଗୁଡ଼ିକର ୮୦ ପ୍ରତିଶତ କଞ୍ଚାମାଲ ରି-ସାଇକେଲ ହୋଇଥିବା ସାମଗ୍ରୀରୁ ଆସିଥାଏ ।
ଏହି ଅବସରରେ ବ୍ରାଣ୍ଡ ଆମ୍ବାସାଡର ସୁନୀଲ ସେଟ୍ଟୀ କହିଥିଲେ – ଫ୍ଲେକ୍ସଷ୍ଟୋନ ଉତ୍ପାଦ ଗୁଡ଼ିକ ପରିବେଶ ବା ଧରିତ୍ରୀକୁ କୌଣସି ହାନି ପହଞ୍ଚାଇ ନିର୍ମାଣ କରାଯାଇନଥାଏ, କାରଣ ଏଗୁଡ଼ିକ ରିସାଇକେଲ ହୋଇଥିବା ସାମଗ୍ରୀରୁ ପ୍ରସ୍ତୁତ ହୋଇଥାଏ । ଏପରି ପଦ୍ଧତିକୁ ପ୍ରେତ୍ସାହିତ କରାଯିବା ଉଚିତ ।
ଏହି ଅବସରରେ ସୁନୀଲ ସେଟ୍ଟୀ ଏହି ଗ୍ୟାଲେରୀକୁ ବୁଲିଦେଖିବା ସହ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଲିଙ୍ଗରାଜ ଗ୍ରାନାଇଟର ନିର୍ଦ୍ଦେଶକ ଗଜାନନ୍ଦ ଶର୍ମା, ଆନନ୍ଦ ମୋଲା, ସୁନ୍ଦର ସୋମାନୀ ଓ ଲଲିତ କୁମାର ମୋଲା ଉପସ୍ଥିତ ରହି ନିର୍ମାଣ ଉଦ୍ୟୋଗରେ ଏସବୁ ସାମଗ୍ରୀର ବିଶେଷତା ସଂପର୍କରେ କହିଥିଲେ ।
ଏହି ଅବସରରେ ସେ କହିଛନ୍ତି ଯେ ଭୁବନେଶ୍ୱରରେ ଏହି ଏକ୍ସକ୍ଲୁସିଭ ଗ୍ୟାଲେରୀ ଖୋଲି ଆମେ ଉତ୍ସାହିତ । ଏହା ଓଡ଼ିଶା ଓ ଦେଶର ନିର୍ମାଣ କ୍ଷେତ୍ରରେ କାର‌୍ୟ୍ୟ କରୁଥିବା ଡିଜାଇନରମାନଙ୍କ ପାଇଁ ବିଶ୍ୱସ୍ତରୀୟ କ୍ଲାଡିଙ୍ଗ୍ ସଲ୍ୟୁସନ ପ୍ରଦାନ କରିବ ବୋଲି ଆଶା କରୁଛୁ । ଏସବୁ ଡେକୋରେଟିଭ କ୍ଲାଡିଙ୍ଗ୍ ଗୁଡ଼ିକ ଭାରତରେ ଅତ୍ୟାଧୁନିକ ପ୍ରଯୁକ୍ତି ବ୍ୟବହାର କରି ଡିଜାଇନ ଓ ପ୍ରସ୍ତୁତ କରାଯାଇଛି । ବାସଗୃହ, ବ୍ୟବସାୟିକ ଓ ସ୍ଥାପତ୍ୟ ପ୍ରକଳ୍ପଗୁଡ଼ିକ ପାଇଁ ଉପଯୋଗୀ ଏସବୁ ଉତ୍ପାଦଗୁଡ଼ିକ ସୁଲଭ ମୂଲ୍ୟରେ ଉପଲବ୍ଧ ଅଛି ।
ଏଠାରେ ଫ୍ଲେକ୍ସଷ୍ଟୋନ ପକ୍ଷରୁ ଏକ ଚମତ୍କାର ରେଞ୍ଜ୍ର କ୍ରୁତ୍ରିମ କ୍ଲାଡିଙ୍ଗ୍ ସାମଗ୍ରୀ ଉପଲବ୍ଧ କରାଯାଉଛି, ଯାହାକି ଘରର କାନ୍ଥକୁ ଏକ ସୁନ୍ଦର ରୂପ ଦେବ । ଏହି ଏକ୍ସକ୍ଲୁସିଭ ଗ୍ୟାଲେରୀ ଉଭୟ ଇଣ୍ଟେରିୟର ଓ ଏକ୍ସଟେରିୟର ବ୍ୟବହାର ପାଇଁ ଉଦ୍ଦିଷ୍ଟ ଆଧୁନିକ, ପାରମ୍ପରିକ ଓ ସ୍ୱତନ୍ତ୍ର ଡିଜାଇନର କ୍ଲାଡିଙ୍ଗ୍ ସାମଗ୍ରୀ ପ୍ରଦାନ କରୁଛି । ଫ୍ଲେକ୍ସଷ୍ଟୋନ ଗବେଷଣା ଓ ବିକାଶ ଉପରେ ବିଶେଷ ଗୁରୁତ୍ୱ ଦିଏ । ଏହା ଫଳରେ କମ୍ପାନି ବିଭିନ୍ନ ଚମତ୍କାର ସ୍ଥାପତ୍ୟ ସାମଗ୍ରୀ ସୁଲଭ ମୂଲ୍ୟରେ ଉପଲବ୍ଧ କରାଇଥାଏ ।