ଆଇସିୟୁ ଭେଣ୍ଟିଲେଟରରେ ଲତା ମଙ୍ଗେସକର

ମୁମ୍ବାଇ:ସ୍ୱର ସାମ୍ରାଙ୍ଗୀ ଭାବେ ପ୍ରସିଦ୍ଧ ଭାରତୀୟ ଗାୟିକା ଲତା ମଙ୍ଗେସକରଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । ତାଙ୍କୁ ଗତକାଲି ମୁମ୍ବାଇର ବ୍ରୀଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତି କରାଯାଇଥିଲା । ସେ ଫୁସଫୁସ ସଂକ୍ରମଣରେ ଆକ୍ରାନ୍ତ ଅଛନ୍ତି । ତାଙ୍କୁ ବର୍ତମାନ ଭାଂଟିଲେଟରରେ ରଖାଯାଇଛି । 

ଗତକାଲି ରାତ୍ର ୧ଟା୩୦ରେ ଲତାଙ୍କୁ ମେଡିକାଲରେ ଭର୍ତି କରାଯାଇଥିଲା । ସେ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରୁଥିଲେ । ପରେ ତାଙ୍କୁ ଆଇସିୟୁରୁ ଲାଇଫ ସପୋର୍ଟ ସିଷ୍ଟମରେ ରଖାଯାଇଥିଲା । 

ଡାକ୍ତରଙ୍କ ସୂଚନାନୁସାରେ, ଲତାଙ୍କୁ ନିମୋନିଆ ହୋଇଛି । ଏପରିକି ତାଙ୍କ ବାମ ବ୍ରେଟିକୁଲାର ଫେଲ ହୋଇଯାଇଛି । ତାଙ୍କ ଅବସ୍ଥା ଏବେ ଗମ୍ଭୀର ରହିଛି । ତେବେ ମେଡିକାଲ କର୍ତୃପକ୍ଷ ପ୍ରାଇଭେସୀ କାରଣରୁ ଅଧିକ କିଛି ତଥ୍ୟ ଦେଉନାହାନ୍ତି । କିନ୍ତୁ ଲତାଙ୍କ ସ୍ୱାସ୍ଥାବସ୍ଥା ଠିକ ଥିବା ଓ ସେ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରିବେ ବୋଲି ପରିବାର ଲୋକେ କହିଛନ୍ତି ।