ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ, ଦିନ ୩ଟା ସୁଦ୍ଧା ୪୯.୭୭% ମତଦାନ

ରାଜ୍ୟରେ ଶେଷ ପର୍ଯ୍ୟାୟ ପାଇଁ ମତଦାନ ଜାରି ରହିଛି । ଦିନ ୩ଟା ସୁଦ୍ଧା ୪୯.୭୭% ଭୋଟିଂ ହୋଇଛି । ବାଲେଶ୍ୱରରେ ୫୪.୦୪ ପ୍ରତିଶତ ମତଦାନ ହୋଇଥିବାବେଳେ ଭଦ୍ରକରେ ୪୬.୩୩%, ଜଗତସିଂପୁରରେ ୫୨.୫୨%, ଯାଜପୁରରେ ୪୮.୮୦%, କେନ୍ଦ୍ରାପଡାରେ ୪୬.୪୬%, ମୟୂରଭଞ୍ଜରେ ୫୧.୦୩ ପ୍ରତିଶତ ମତଦାନ ହୋଇଛି । ବାଲେଶ୍ୱରରେ ସର୍ବାଧିକ ଭୋଟିଂ ହୋଇଥିବା ବେଳେ ଭଦ୍ରକରେ ସର୍ବନିମ୍ନ ରହିଛି ।

ଏହି ପର୍ଯ୍ୟାୟରେ ୬ଟି ଲୋକସଭା କ୍ଷେତ୍ର ଯଥା ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଏବଂ ଏହା ଅନ୍ତର୍ଗତ ୪୨ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ନିଜ ପ୍ରତିନିଧି ବାଛୁଛନ୍ତି ଭୋଟର ।