ଧସିଲା ମାଟି ଅତଡ଼ା; ୮ମୃତ

ଗୌହାଟି : ଅରୁଣାଚଳ ପ୍ରଦେଶର ପପୁମ୍ ପାରେ ଜିଲ୍ଲାରେ ମାଟି ଅତଡା ଧସି ଗୋଟିଏ ପରିବାରର ୪ ସଦସ୍ୟଙ୍କ ସହିତ ୮ଜଣ ପ୍ରାଣ ହରାଇଛନ୍ତି। ଶୁକ୍ରବାର ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ମାଟି ଅତଡା ଧସିବା ସହିତ ରାସ୍ତାଘାଟ ଧୋଇହୋଇ ଯାଇଛି। ଟିଗଡୋ ଗ୍ରାମରେ ମାଟି ଅତଡା ଧସିବାରୁ ୮ମାସର ଶିଶୁ ସହିତ ଗୋଟିଏ ପରିବାରର ୪ଜଣ ଜୀବନ୍ତ ପୋତି ହୋଇଯାଇଛନ୍ତି। ମୁଖମନ୍ତ୍ରୀ ପେମା ଖାଣ୍ଡୁ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ପ୍ରତି ମୃତକଙ୍କ ପାଇଁ ୪ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି।