ହରିଶଙ୍କରରେ ଭୂସ୍ଖଳନ, ଅଳ୍ପକେ ବର୍ତ୍ତିଲେ ଶ୍ରଦ୍ଧାଳୁ

ବଲାଙ୍ଗୀର: ପ୍ରବଳ ବର୍ଷାରେ ବଲାଙ୍ଗୀର ପ୍ରସିଦ୍ଧ ଶୈବପୀଠ ହରିଶଙ୍କରରେ ଭୂସ୍ଖଳନ । ଅଳ୍ପକେ ବର୍ତ୍ତିଲେ ହଜାର ହଜାର ଶ୍ରଦ୍ଧାଳୁ । ସୋମବାର ଶ୍ରାବଣର ଶେଷ ସୋମବାର ହୋଇଥିବାବେଳେ ବଲାଙ୍ଗୀରର ଏହି ପ୍ରସିଦ୍ଧ ପୀଠରେ ମହାଦେବଙ୍କୁ ଜଳ ଲାଗି କରିବା ପାଇଁ...

ବଲାଙ୍ଗୀର: ପ୍ରବଳ ବର୍ଷାରେ ବଲାଙ୍ଗୀର ପ୍ରସିଦ୍ଧ ଶୈବପୀଠ ହରିଶଙ୍କରରେ ଭୂସ୍ଖଳନ । ଅଳ୍ପକେ ବର୍ତ୍ତିଲେ ହଜାର ହଜାର ଶ୍ରଦ୍ଧାଳୁ ।

ସୋମବାର ଶ୍ରାବଣର ଶେଷ ସୋମବାର ହୋଇଥିବାବେଳେ ବଲାଙ୍ଗୀରର ଏହି ପ୍ରସିଦ୍ଧ ପୀଠରେ ମହାଦେବଙ୍କୁ ଜଳ ଲାଗି କରିବା ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ପ୍ରବଳ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ତେବେ ଗତ ରାତିରୁ ବଲାଙ୍ଗୀରରେ ପ୍ରବଳ ବର୍ଷା ଜାରି ରହିଛି । ତେବେ ହରିଶଙ୍କରରେ ମଧ୍ୟ ପ୍ରବଳ ବର୍ଷା ଲାଗି ରହିଛି । ଯେଉଁ କାରଣରୁ ସେଠାକାର ଝରଣାରେ ଅଚାନକ ଜଳସ୍ତର ବୃଦ୍ଧି ପାଇଥିଲା ।

ସୋମବାର ସକାଳ ସମୟରେ ଏହାର ଉପର ମୁଣ୍ଡରେ ଏକ ବଡ ଧରଣର ଭୂସ୍ଖଳନ ଘଟିଥିଲା। ଝରଣାରେ ମାଟି ଅତଡା ଖସିବା ସହ ପାଣି ଜୋରରେ ବହୁଥିବା ବେଳେ ତଳ ମୁଣ୍ଡରେ ପାଣି ନେଇଥିବା ଭକ୍ତ ଏଥିରୁ ଅଳ୍ପକେ ବର୍ତ୍ତିଛନ୍ତି । ତେବେ ଏବେବି ଏଠାରେ ପାଣି ଜୋରରେ ଚାଲୁଥିବାବେଳେ ଶ୍ରଦ୍ଧାଳୁଙ୍କୁ ଝରଣା ନିକଟକୁ ନଥିବା ପାଇଁ ପରାମର୍ଶ ଦିଆଯାଇଛି ।

Spread the love
Categories
ଓଡିଶା

RELATED BY

  • କଟକ ଏସ୍‌ସିବି ଆସିବେ ଜଗା ଓ କାଳିଆ

    କଟକ : ନୂଆଦିଲ୍ଲୀ ଏମ୍‌ସରେ ଚିକିତ୍ସିତ ହେଉଥିବା ଜଗା ଓ କାଳିଆ କଟକ ବଡ଼ ମେଡିକାଲ୍‌ ଆସିବେ। କେବେ ଆସିବେ ତାହା ୭ ଦିନ ମଧ୍ୟରେ ନିଷ୍ପତ୍ତି ନିଆଯିବ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ।...
  • ନଦୀରେ ବୁଡ଼ି ଗଲେ ଦୁଇ ଭଉଣୀ

    ସାଲେପୁର : କଟକ ଜିଲ୍ଲା କିଶନନଗର ଥାନା ବାବୁଜଙ୍ଗ ପଞ୍ଚାୟତ ସଫିପୁର ଗାଁରେ ଆଜି ଏକ ଦୁଃଖଦ ଘଟଣା ଘଟିଛି। ଖୁଦୁରୁକୁଣୀ ଓଷା ପାଇଁ ଫୁଲ ତୋଳିବାକୁ ଯାଇ ନଦୀରେ ବୁଡ଼ି ଦୁଇ ନାବାଳିକା ଭଉଣୀଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ...
  • ବରିଷ୍ଠ ସାମ୍ବାଦିକ ରଣଜିତ ଗୁରୁଙ୍କ ପରଲୋକ

    ଭୁବନେଶ୍ୱର:ରାଜ୍ୟର ଜଣେ ସୁନାମଧନ୍ୟ ତଥା ବରିଷ୍ଠ ସାମ୍ବାଦିକ ରଣଜିତ ଗୁରୁ ଆଉ ନାହାନ୍ତି । ଗତକାଲି ରାତିରେ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ...
  • ବଙ୍ଗୋପସାଗରରେ ପୁଣି ଘୂର୍ଣ୍ଣିବଳୟ:୨ ଦିନ ଭିଜିବ ଓଡ଼ିଶା!

    ଭୁବନେଶ୍ବର : ଶୁକ୍ରବାର ଭୁବନେଶ୍ବର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଥିଲା ପ୍ରାୟ ସପ୍ତାହକ ଯାଏଁ ସାରା ରାଜ୍ୟରେ ବଡ଼ ବର୍ଷା ନାହିଁ। ଉତ୍ତର, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ କାଁ ଭାଁ ବର୍ଷା ହୋଇପାରେ। ହେଲେ ଆଜି ପୁଣି ପୂର୍ବାନୁମାନ...