ନାସାର ଲ୍ୟାଣ୍ଡର ବିକ୍ରମ ଧ୍ବଂସାବଶେଷ ଠାବ ପଛରେ ଭାରତୀୟ ଇଞ୍ଜିନିୟର ଶାନ୍‌ମୁଗା

ନାସା ପକ୍ଷରୁ ଶାନ୍‌ଙ୍କୁ ଶ୍ରେୟ ଓ ଅଭିନନ୍ଦନ

ନୂଆଦିଲ୍ଲୀ : ଭାରତର ବହୁ ଚର୍ଚ୍ଚିତ ମିଶନ୍ ଚନ୍ଦ୍ରଯାନ-୨ ର ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ ବିଚ୍ଛିନ୍ନ ହେବାର ବେଶ କିଛି ଦିନ ପରେ ଏହାର ଧ୍ବଂସାବଶେଷ ସ୍ଥିତି ନେଇ ଠୋସ୍ ପ୍ରମାଣ ମିଳିଛି। କେଉଁ ସ୍ଥାନରେ ଲ୍ୟାଣ୍ଡର ବିକ୍ରମ ପଡି ଖଣ୍ଡଖଣ୍ଡ ହେଲା ଏହାର ଫଟୋ ରିଲିଜ କରିଛି ନାସା। ତେବେ ବଡ଼ କଥା ହେଉଛି ନାସାର ଏହି ବଡ଼ ଖୁଲାସା ପଛରେ ଜଣେ ଭାରତୀୟ ଇଞ୍ଜିନିୟରିଂଙ୍କ କଠିନ ପରିଶ୍ରମ ରହିଛି।

ମିଳିଲା ଲ୍ୟାଣ୍ଡର ବିକ୍ରମର ସନ୍ଧାନ । ଚନ୍ଦ୍ରଯାନ -୨ର ଲ୍ୟାଣ୍ଡର ବିକ୍ରମକୁ ନାସା କିମ୍ବା ଇସ୍ରୋ ଖୋଜି ପାଇନି । ଖୋଜି ପାଇଛନ୍ତି ଜଣେ ଭାରତୀୟ ଯୁବ ଇଂଜିନିୟର । ବହୁ ଚର୍ଚ୍ଚିତ ମିଶନ୍‌ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ ବିଚ୍ଛିନ୍ନ ହେବାର ବେଶ କିଛି ଦିନ ପରେ ଏହାର ଧ୍ବଂସାବଶେଷର ଅବସ୍ଥିତି ନେଇ ଠୋସ୍‌ ପ୍ରମାଣ ମିଳିଛି। ଭାରତୀୟ ଯୁବ ଇଞ୍ଜିନିୟର ଶାନ୍‌ମୁଗା ସୁବ୍ରମଣ୍ୟନ୍‌ ଓରଫ ଶାନ୍‌ଙ୍କୁ ନାସା ଶ୍ରେୟ ଦେଇଛି । ପୁରୁଣା ଏବଂ ନୂଆ ଅର୍ଥାତ ବିକ୍ରମ କ୍ରାସ୍‌ ଲ୍ୟାଣ୍ଡ କରିବା ପୂର୍ବର ଏବଂ ପର ସମୟର ଫଟୋକୁ ତୁଳନାତ୍ମକ ଭାବେ ବାରମ୍ବାର ଦେଖି ଶାନ୍‌ ବିକ୍ରମର ଧ୍ବଂସାବଶେଷକୁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଠାବ କରିପାରିଥିଲେ । ବିଭିନ୍ନ ସ୍ଥାନରେ ଚିତ୍ରକୁ କୁ ସୁବ୍ରମଣ୍ୟାନ୍‌ ଠାବ କରିବା ପରେ ଏହା ‘ଏସ୍‌’ ଅକ୍ଷର ଦ୍ବାରା ସୂଚିତ କରିଥିଲେ ।

ନାସା ଦେଇଥିବା ସୂଚନା ଅନୁଯାୟୀ, ଲୁନାର ରେକନ୍ନାଇଜାନ୍ସ ଅର୍ବିଟର ପ୍ରକଳ୍ପର କ୍ୟାମେରା ଟିମ୍‌ ଚନ୍ଦ୍ରପୃଷ୍ଠର ବିଭିନ୍ନ ଫଟୋ ରିଲିଜ୍‌ କରିଥିଲେ । ମହାକାଶରେ ରୁଚି ରଖୁଥିବା ଲୋକଙ୍କ ପାଇଁ ଏହି ଫଟୋ ଛଡ଼ାଯାଇଥିଲା। ତେବେ ଏହି ଫଟୋ ଏବଂ ପୁରୁଣା ଫଟୋସବୁକୁ ଅନୁଶୀଳନ କରି ଶାନ୍‌ ଏଲ୍‌ଆରଓ ପ୍ରକଳ୍ପ ଟିମ୍‌କୁ ଏକ ହ୍ବାଇଟ୍ ସ୍ପଟ୍‌ ଦେଖିବା ପରେ ଏହାହିଁ ଲ୍ୟାଣ୍ଡର ବିକ୍ରମର ଅବଶେଷ ହୋଇପାରେ ବୋଲି ସୂଚନା ଦେଇଥିଲେ । ଯାହାକୁ ପରୀକ୍ଷା କରିବା ପରେ ଏଥିରେ ନାସା ଓ ପରେ ଇସ୍ରୋ ସହମତ ହୋଇଛନ୍ତି । କାରଣ ଏହି ହ୍ବାଇଟ୍‌ ସ୍ପଟ୍‌ ଲ୍ୟାଣ୍ଡର ବିକ୍ରମର ଚନ୍ଦ୍ରପୃଷ୍ଠ ଯିବା ପୂର୍ବରୁ ନଥିଲା ।

ଗତ ୯ ବର୍ଷର ଚିତ୍ରକୁ ଅନୁଧ୍ୟାନ କରି ଶାନ ମିଳାଇଥିଲେ।  ଏହାପରେ ନିଶ୍ଚିତ ହୋଇଥିଲେ ଯେ ଏହା ଲ୍ୟାଣ୍ଡର ବିକ୍ରମର ଧଂଶାବଶେଷ ହୋଇପାରେ ବୋଲି  । ନାସା ପକ୍ଷରୁ ଶାନ୍‌ଙ୍କୁ ଏକ ମେଲ୍‌ ଯୋଗେ ଶ୍ରେୟ ଓ ଅଭିନନ୍ଦନ ଦିଆଯାଇଛି ।