ଏଣିକି ଅନଲାଇନରେ ଭରିବେ ଖଜଣା

ଭୁବନେଶ୍ୱର :ଖଜଣା ଦେବାକୁ ଆଉ ଦୌଡିବାକୁ ପଡିବନି ସରକାରୀ ଅଫିସ୍‌ । ଏଣିକି ଅନଲାଇନରେ ପୈଠ କରିପାରିବେ ଜମିର ଖଜଣା । ଏଥିଲାଗି ଏକ ନୂଆ ଆପ୍‌ ଲୋକସେବା ଭବନରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଜମିର ଖଜଣା ଦେବାକୁ ଆଉ ସମସ୍ୟା ହେବନି । ଖଜଣା ଦେବା ଲାଗି ସରକାରୀ କାର‌୍ୟ୍ୟାଳୟକୁ ଯାଉଥିବା ଲୋକେ ଏବେ ଅନଲାଇନରେ ଖଜଣା ଦେଇପାରିବେ । ଚାଷୀମାନେ ଗୋଟିଏ ମିନିଟ୍‌ରେ ରାଜସ୍ବ ପୈଠ କରି ରିସିପ୍ଟ ଡାଉନଲୋଡ କରିପାରିବେ ।ତେବେ ଏହା ଦ୍ବାରା ଆଉ ବାରମ୍ବାର ସରକାରୀ ଅଫିସ୍‌ ଯିବାକୁ ପଡିବନି । ଯେକୌଣସି ସ୍ଥାନରେ ନିଜ ଖଜଣା ନିଜେ ଦେଇପାରିବେ ଜମି ମାଲିକ ।