୯୨ ବର୍ଷରେ ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାଣୀ; ଶୁଭେଚ୍ଛା ଜଣାଇଲେ ମୋଦୀ

ନୂଆଦିଲ୍ଲୀ:ରାମ ମନ୍ଦିର ଆନ୍ଦୋଳନରେ ନେତୃତ୍ଵ ନେଇଥିବା ତଥା ଭାରତର ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାଣୀଙ୍କର ଆଜି ୯୨ତମ ଜନ୍ମ ଦିବସ। ବିଜେପିର ଆଉ ଜଣେ ଲୌହ ପୁରୁଷ କୁହାଯାଉଥିବା ଆଡଭାଣୀଙ୍କୁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇବାକୁ ତାଙ୍କ ବାସଭବନରେ ପହଁଚିଛନ୍ତି। ମୋଦୀଙ୍କ ସହ ଅମିତ ଶାହା, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଏବଂ ବିଜେପିର କାର‌୍ୟ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ଉପସ୍ଥିତ ଅଛନ୍ତି। 

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଟ୍ଵିଟ୍ କରି ଶୁଭେଚ୍ଛା ଜଣାଇଥିଲେ। ମୋଦୀ ଆଡଭାଣୀଙ୍କ ଉଦ୍ଦେଶ୍ୟରେ ୩ଟି ଟ୍ଵିଟ୍ କରିଥିଲେ। ସେ ଟ୍ଵିଟରେ ଲେଖିଛନ୍ତି ଯେ, ନାଗରିକଙ୍କୁ ସଶକ୍ତ କରିବା ପାଇଁ ଆଡଭାଣୀଙ୍କ ଯୋଗଦାନ ସର୍ବଦା ପ୍ରଶଂସନୀୟ। ସେ ଦୀର୍ଘାୟୁ ହେବା ପାଇଁ ମଧ୍ୟ ମୋଦୀ ପ୍ରାର୍ଥନା କରିଛନ୍ତି। 

ବିଜେପିକୁ ସୁଦୃଢ କରିବା ପାଇଁ ଆଡଭାଣୀଙ୍କ ଯୋଗଦାନକୁ ମନେଇ ପକାଇ ମୋଦୀ ଲେଖିଛନ୍ତି ଯେ, ବିଜେପିକୁ ବିସ୍ତାର ଓ ଆକାର ଦେବାରେ ଆଡଭାଣୀଙ୍କ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି। ଗତ କିଛି ବର୍ଷ ମଧ୍ୟରେ ବିଜେପି ପ୍ରଶସ୍ତ ହୋଇଛି। ଏଥିପାଇଁ ବିଜେପିର ବହୁ ନିସ୍ଵାର୍ଥ କାର‌୍ୟ୍ୟକର୍ତ୍ତାଙ୍କ ଯୋଗଦାନ ରହିଛି। ଆଡଭାଣୀ ସର୍ବଦା ଜନସେବା କରିଛନ୍ତି। ସେ ତାଙ୍କର ମୂଲ୍ୟବୋଧ କେବେ ପରିବର୍ତ୍ତନ କରି ନାହାଁନ୍ତି। ଲୋକତନ୍ତ୍ରର କଥା ଉଠିଲେ ସେ ସର୍ବଦା ଆଗକୁ ଆସନ୍ତି। ଜଣେ ମନ୍ତ୍ରୀ ଓ ପ୍ରସାସକ ଭାବରେ ତାଙ୍କର ମହାନ ଭୂମିକା ରହିଛି। 

ଆଡଭାଣୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟତୀତ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ଵାନ ଟ୍ଵିଟ କରି ଶୁଭକାମନା ଜଣାଇଛନ୍ତି। ସେ ଲେଖିଛନ୍ତି ଯେ, ରାଜନୀତିରେ ସୁଚିତ, ସେବାର ପ୍ରତୀକ, ଆମର ମାର୍ଗଦର୍ଶକ, ପ୍ରେରନାର ସ୍ରୋତଙ୍କୁ ଜନ୍ମଦିନର ାନେକ ଅଣେକ ଶୁଭେଚ୍ଛା। ଈଶ୍ଵର ତାଙ୍କୁ ଦୀର୍ଘାୟୁ କରନ୍ତୁ।