୨୨ ବର୍ଷ ପରେ ଆରମ୍ଭ ହେଲା ଲାହୋର-ୱାଘା ଟ୍ରେନ୍ ସେବା

ଇସଲାମାବାଦ: ଦୀର୍ଘ ୨୨ ବର୍ଷ ପରେ ରବିବାର ଠାରୁ ଲାହୋର ଓ ୱାଘା ରେଲୱେ ଷ୍ଟେସନ ମଧ୍ୟରେ ସଟଲ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଛି ।

ପ୍ରତିଦିନ ଏହି ଟ୍ରେନ୍‌ ୩ ରାଉଣ୍ଡ ଟ୍ରିପ୍‌ କରିବ। ଏଥିରେ ୧୦୦୦ରୁ ଅଧିକ ଯାତ୍ରୀ ସେବା ପାଇପାରିବେ। ଏଥିପାଇଁ ଭଡ଼ା ୩୦ ପାକିସ୍ତାନ ମୂଦ୍ରା ରହିବ। ଏଥିରେ ୱାଘା ଆସିବାକୁ ଥିବା ଶହ ଶହ ଯାତ୍ରୀ ଆରାମରେ ଆସି ସୀମାରେ ଭାରତ ଓ ପାକିସ୍ତାନର ପତାକା ଅବତରଣ ଦୃଶ୍ୟ ଦେଖିପାରିବେ। ସେମାନେ ଜାଲୋ ପାର୍କ ମଧ୍ୟ ବୁଲିପାରିବେ।

ଏ ନେଇ ପାକିସ୍ତାନ ରେଳ ମନ୍ତ୍ରୀ ଶେଖ୍‌ ରଶିଦ୍‌ କହିଛନ୍ତି, “ଆମେ ଲାହୋର ସହ ଅନ୍ୟ ସ୍ଥାନକୁ ରେଳ ମାଧ୍ୟମରେ ଯୋଡ଼ିବାକୁ ଚାହୁଁଛୁ। ଏହି କ୍ରମରେ ପ୍ରଥମେ ୱାଘା ସହ ଏହାକୁ ଯୋଡ଼ାଯାଇଛି।” ତେବେ ଭାରତକୁ ଟ୍ରେନ୍‌ସେବା ନେଇ ସେ କିଛି ମୁହଁ ଖୋଲିନାହାନ୍ତି।