ପ୍ରେମିକା ଅଛନ୍ତି? ତୁମେ ବାହା ହୋଇଛ କି ? ହ୍ଵାଟ୍‌ସଆପ୍‌ରେ ଯୁବକଙ୍କୁ ମେସଜ କରି ଅଡୁଆରେ ଯୁବତୀ , ପଢନ୍ତୁ ପୁରା ଖବର

ଗୁଜୁରାଟ : ସୋସିଆଲ ମିଡିଆରେ ମହିଳା ମାନଙ୍କୁ ବିଭିନ୍ନ ମେସଜ କରି ତାଙ୍କ ପିଛା ପଡି ଯୁବକ ମାନେ ଗିରଫ ହେବା ନଜର ରହିଛି । ହେଲେ ସୋସିଆଲ ମିଡିଆରେ ଜଣେ ଯୁବତୀ ଯୁବକଙ୍କୁ ବାରମ୍ବାର ମେସଜ କରି ତାଙ୍କ ପିଛା ପଡିବା ଘଟଣାରେ ଜଣେ ଯୁବତୀ ଅଡୁଆରେ ପଡିବା ଚର୍ଚ୍ଚାର ବିଷୟ ହୋଇଛି ।

ଆପଣ ଏକା ଅଛନ୍ତି ନା ଆପଣଙ୍କର କେହି ପ୍ରେମିକ ଅଛନ୍ତି? ବିବାହିତ କି ଅବିବାହିତ? ବୋଲି ଯୁବତୀ ଜଣଙ୍କ ଯୁବକଙ୍କୁ ହ୍ଵାଟ୍‌ସଆପ୍‌ରେ ବାରମ୍ବାର ମେସଜ କରି ଚାଲିଥିଲେ । କେବଳ ମେସଜ ନୁହେଁ ଏକ ପ୍ରକାର ତାଙ୍କ ପିଛା ପଡିଯାଇଥିଲେ ଯୁବତୀ । ଏମିତିକି ଯୁବକ ଜଣଙ୍କ ଏପରି ନକରିବାକୁ ଯୁବତୀଙ୍କୁ ଅନୁରୋଧ କରିବି ସେ ମାନି ନଥିଲେ । ହ୍ଵାଟ୍‌ସଆପ୍‌ ବ୍ଲକ କରିବା ପରେ ବି ଯୁବତୀ ସେଇ ନମ୍ବରରେ ଟେଷ୍ଟ ମେସେଜ କରି ଚାଲିଥିଲେ । ପରେ ଯୁବକ ଥାନାରେ ଅଭିଯୋଗ କରିବା ପରେ ଅଡୁଆରେ ପଡିଛନ୍ତି ଯୁବତୀ । ଘଟଣା ଘଟିଛି ଗୁଜୁରାଟର ବସ୍ତ୍ରରପୁର ସହରରେ । ପୀଡ଼ିତ ଏବେ ବସ୍ତ୍ରପୁର ପୁଲିସ ଷ୍ଟେସନରେ ଏତଲା ରୁଜୁ କରିଥିବା ଜଣାପଡ଼ିଛି ।

ବସ୍ତ୍ରପୁରର ସାଟେଲାଇଟ୍‌ ଅଞ୍ଚଳରେ ରହୁଥିବା ବ୍ୟବସାୟୀ ବିଜୟ ନାରଙ୍ଗ(୩୮)ଙ୍କୁ ଜଣେ ମହିଳା ବାରମ୍ବାର ମେସେଜ କରି ଚାଲିଥିଲେ । ତୁମେ ବିବାହିତ କି? ତୁମେ ହ୍ଵାଟ୍‌ସଆପ୍‌ରେ ରଖିଥିବା ଫଟୋଟି ଖୁବ୍‌ ସୁନ୍ଦର ହୋଇଛି ଭଳି ଅନେକ କଥା କହି ସେ ବିଜୟଙ୍କୁ ସବୁବେଳେ ମେସେଜ କରିବାରେ ଲାଗିଥିଲେ। ରାଗରେ ବିଜୟ ତାଙ୍କୁ ହ୍ଵାଟସ୍‌ଆପ୍‌ରେ ବ୍ଲକ୍‌ କରିବା ପରେ ଯୁବତୀ ତାଙ୍କୁ ଟେକ୍ସଟ୍‌ ମେସେଜ କରିଥିଲେ । ପୁଲିସରେ ଅଭିଯୋଗ କରିବାର ଧମକ ଦେବାରୁ ଯୁବତୀଜଣଙ୍କ ନ ଡ଼ରି ବିଜୟଙ୍କୁ ଅଭିଯୋଗ କରିବା ପାଇଁ କହିଥିଲେ । ଏହା ପରେ ବିଜୟ ଏବେ ପୁଲିସରେ ଅଭିଯୋଗ କରିବା ସହ ଏହାର ତୁରନ୍ତ ସମାଧାନ କରିବା ପାଇଁ କହିଥିବା ଜଣାପଡ଼ିଛି ।