ସିଗାରେଟ ନ ମିଳିବାରୁ ଯୁବତୀଙ୍କ ହାଇଡ୍ରାମା, ପୋଲିସ ଗିରଫ କରିବାରୁ ଦେହରୁ ସବୁ ଖୋଲିଦେଲେ,ଫଟୋ ଭାଇରାଲ..

ମୁମ୍ବାଇ : ସିଗାରେଟ ନ ମିଳିବାରୁ ଯୁବତୀଙ୍କ ଉନ୍ନତ କାଣ୍ଡ କରିବା ଘଟଣା ଚର୍ଚ୍ଚା ପାଲଟିଛି । ଯୁବତୀ ଜଣଙ୍କ ରହୁଥିବା ବିଲଡିଂର ଓ୍ଵାଚ୍‌ମ୍ୟାନ୍‌ଙ୍କୁ ସିଗାରେଟ ଆଣିବାକୁ କହିଥିଲେ । ହେଲେ ଏଥିରେ ଓ୍ଵାଚ୍‌ମ୍ୟାନ୍‌ ରାଜି ହୋଇ ନଥିଲେ । ଏଥିରେ ରାଗି ଯାଇ ନିଶାସକ୍ତ ଯୁବତୀ ଯାହା କରିଥିଲେ ସେଠାରେ କେହି ଆଖି ଖୋଲି ରହିବାକୁ ଉଚିତ ମଣି ନଥିଲେ । ଏମିତିକି ପୋଲିସ ଆଗରେ ବି ହାଇଡ୍ରାମା କରିଥିଲେ ଯୁବତୀ । ଯୁବତୀଙ୍କ ଏହି ଫୋଟ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଏବେ ଏହା ଜାତୀୟ ଗଣ ମାଧ୍ୟମରେ ପ୍ରକାଶ ପାଇବା ପରେ ଚର୍ଚ୍ଚା ଯୋର ଧରିଛି ।

ଘଟଣାଟି ଅକ୍ଟୋବର ୨୫ ରାତି ସମୟରେ ଘଟିଥିଲା । ଯୁବତୀ ଜଣକ ନିଶାଗ୍ରସ୍ତ ହୋଇ ରହୁଥିବା ବିଲ୍‌ଡ଼ିଂର ଓ୍ଵାଚ୍‌ମ୍ୟାନ୍‌ଙ୍କୁ ସିଗାରେଟ୍‌ ଆଣିବା ପାଇଁ କହିଥିଲେ । କିନ୍ତୁ ଓ୍ଵାଚ୍‌ମ୍ୟାନ୍‌ ଆଣିବା ପାଇଁ ମନା କରିବାରୁ ରାଗରେ ପାଖରେ ଥିବା ଜିନିଷ ଭାଙ୍ଗିବା ସହ ହଙ୍ଗାମା ଆରମ୍ଭ କରିଥିଲେ । ଏହା ଦେଖି ଓ୍ଵାଚ୍‌ମ୍ୟାନ୍‌ ପୁଲିସକୁ ଖବର ଦେବା ପରେ ପୁଲିସ ସେଠାରେ ପହଞ୍ଚି ଯୁବତୀକୁ ପୁଲିସ ଷ୍ଟେସନ ନେବା ପାଇଁ ବସିଥିଲା । କିନ୍ତୁ ଏହି ସମୟରେ ପୁଲିସ ସହ ନ ଯିବା ପାଇଁ ଯୁବତୀ ପିନ୍ଧିଥିବା ପୋଷାକ କାଢ଼ି ଦେଇଥିଲେ । ପୁଲିସ କୌଣସି ମହିଳା କନେଷ୍ଟବଳଙ୍କୁ ସାଥୀରେ ନେଇ ଯାଇ ନଥିବାରୁ ଯୁବତୀଙ୍କୁ ପୁଲିସ ଷ୍ଟେସନ ଆଣି ପାରି ନଥିଲା । ଅନ୍ୟ ପକ୍ଷରେ ଏହି ଡ଼୍ରାମା ପରେ ଦୁଇ ପକ୍ଷରୁ ଏତଲା ଦିଆଯାଇଥିବା ଜଣା ପଡ଼ିଛି ।

(ଫଟୋ ସୈଜନ୍ୟ ଦୈନିକ ଭାସ୍କର )