ନୂଆଦିଲ୍ଲୀ: ନୂଆକରି କେନ୍ଦ୍ରଶାସିତ ଅଂଚଳ ହୋଇଥିବା ଜାମ୍ମୁକାଶ୍ମୀର ଓ ଲଦାଖରେ ଅନୁଷ୍ଠିତ ହେବ ଖେଲୋ ଇଣ୍ଡିଆର ଶୀତକାଳୀନ କ୍ରୀଡା ପ୍ରତିଯୋଗିତା । ଏନେଇ କ୍ରୀଡା ମନ୍ତ୍ରଣାଳୟ ପ୍ରସ୍ତୁତି ଚଳାଇଛି । ଫେବୃଆରୀ ୩ୟ ସପ୍ତାହରେ ଲଦାଖରେ ଓ ମାର୍ଚ୍ଚ ପ୍ରଥମ ସପ୍ତାହରେ ଜାମ୍ମୁ-କାଶ୍ମୀରରେ ଖେଲୋ ଇଣ୍ଡିଆ ଶୀତକାଳୀନ ଖେଳର ପ୍ରଥମ ସଂସ୍କରଣ ଅନୁଷ୍ଠିତ ହେବ ।
କାଶ୍ମୀରର କନ୍ଦୋରୀ ହିଲ ରିସର୍ଟରେ ଏହି ପ୍ରତିଯୋଗିତା ଖେଳାଯିବା ନେଇ ସ୍ଥିର ହୋଇଛି । ମୁଖ୍ୟତଃ ଚାରୋଟି ବୟସ ବର୍ଗରେ ଖେଳାଳିଙ୍କୁ ବିଭକ୍ତ କରାଯାଇଛି । ୧୯-୨୧ବର୍ଷ, ୧୭-୧୮ ବର୍ଷ, ୧୫-୧୬ ବର୍ଷ, ୧୩-୧୪ ବର୍ଷ । ଏହି ପ୍ରତିଯୋଗିତାରେ ଦେଶ ତମାମରୁ ପ୍ରାୟ ୧୭,୦୦ ଆଥଲେଟ ଭାଗ ନେବାର ଅନୁମାନ କରାଯାଉଛି । ଏଥିରେ ଓପନର ଆଇସ ହକି ଚମ୍ପିଆନସିପ, ଫିଗର ସ୍କେଟିଂ ଓ ସ୍ପିଡ ସ୍କେଟିଂ ପ୍ରତିଯୋଗିତା ହେବ ।