୫ଟି ଓ “ମୋ ସରକାର” ଅଧିନକୁ ଆସିବ ଶ୍ରମ ବିଭାଗ

ଭୁବନେଶ୍ୱର: ୫ଟି ଓ “ମୋ ସରକାର” ଅଧିନକୁ ଆସିବ ଶ୍ରମ ବିଭାଗ । ଏହା ଜାନୁୟାରୀରୁ ଲାଗୁ ହେବ । ଏ ନେଇ ଆଜି ସୂଚନା ଦେଇଛନ୍ତି ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ । ସେ ଆହୁରି କହିଛନ୍ତି, ବିଦେଶରେ ରହି କାମ କରୁଥିବା ଓଡ଼ିଆ ଶ୍ରମିକଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ବ୍ଲୁ ପ୍ରିଂଟ ପ୍ରସ୍ତୁତ କରିଛନ୍ତି । ଏ ନେଇ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବେ ବୋଲି ଜଣାପଡିଛି ।

ବିଦେଶରେ ଥିବା ଓଡ଼ିଆ ଶ୍ରମିକଙ୍କ ଲାଗି  ଦିଲ୍ଲୀରେ ରାଜ୍ୟ ସରକାରଏକ ସ୍ୱତନ୍ତ୍ର କାର୍ଯ୍ୟାଳୟ ଖୋଲିବେ । ବିଦେଶ ମନ୍ତ୍ରାଳୟ ସହଯୋଗରେ ଦେଶ ବାହାରେ ଥିବା ଶ୍ରମିକଙ୍କ କଲ୍ୟାଣ ପାଇଁ ବିଭିନ୍ନ ପଦକ୍ଷେପ ନିଆଯିବ।

ଅନ୍ୟପକ୍ଷରେ ଦାଦନ ଶ୍ରମିକ ଚାଲାଣ ରୋକିବାକୁ ବି ଶ୍ରମ ବିଭାଗ ତତ୍ପରତା ପ୍ରକାଶ କରିଛି । ଏଥିଲାଗି ରାଜ୍ୟର ୧୧ ଜିଲ୍ଲାକୁ  ଦାଦନ ପ୍ରବଣ ଜିଲ୍ଲା ଭାବେ ଚିହ୍ନଟ କରାଯାଇଛି । ଦଲାଲମାନେ କିଭଳି ଶ୍ରମିକଙ୍କୁ ପ୍ରଲୋଭିତ କରି ରାଜ୍ୟ ବାହାରକୁ ନେଇ ପାରବେ ନାହିଁ ତାହା ଉପରେ ନଜର ରଖାଯାଇଛି ଓ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇଛି ।  ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, ତାମିଲନାଡୁ ଓ ଦିଲ୍ଲୀ ଆଦି ୫ଟି ରାଜ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ହେଲ୍ପ ଡେସ୍କ ଖୋଲାଯାଇଛି । ଖୁବଶୀଘ୍ର  ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ହେଲ୍ପଡେସ୍କ ଖୋଲିବା ବ୍ୟବସ୍ଥା କରାଯାଇଛି ।