କ୍ୟାଟ୍ରିନା କୈଫ୍ ଭଉଣୀଙ୍କ ସହ ଲଭୟାତ୍ରି ଫେମଙ୍କ ରୋମାନ୍ସ

ମୁମ୍ବାଇ: ସଲମାନ୍ ଖାନ୍ ଙ୍କ ଭିଣୋଇ ଆୟୁଷ ଶର୍ମା ଯେ କି ଫିଲ୍ମ ‘ଲଭୟାତ୍ରି’ ଦ୍ୱାରା ବଲିଉଡରେ ପାଦ ଥାପିଥିଲେ । ତେବେ ପୁଣିଥରେ ଆୟୁଷଙ୍କୁ ଏକ ପ୍ରୋଜେକ୍ଟ ମିଳିଛି । ଯେଉଁଥିରେ ତାଙ୍କ ଅପୋଜିଟରେ ଦେଖାଦେବେ କ୍ୟାଟ୍ରିନା କୈଫ୍ ଙ୍କ ଭଉଣୀ ଇସାବେଲ କୈଫ୍ ଦେଖାଦେବେ । ଏହି ଫିଲ୍ମ ଯୋଗେ ବଲିଉଡରେ ଡେବ୍ୟୁ କରିବେ ଇସାବେଲ । ଏହି ନୂଆ ଯୋଡିକୁ ନେଇ ନିର୍ମାଣ ହେଉଥିବା ଫିଲ୍ମର ନାମ ହେଉଛି “କ୍ୱଥା” । ଏହି ଫିଲ୍ମକୁ ନେଇ ଫିଲ୍ମ କ୍ରିଟିକ୍ ତରଣ ଆଦର୍ଶ ଏକ ଫଟୋ ସେୟାର କରି ଲେଖିଛନ୍ତି ଯେ ଫିଲ୍ମର ସୁଟିଂ ଆରମ୍ଭ ହୋଇଯାଇଛି ।


ତେବେ ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି କରନ ଲଲିତ ଭୁଟାନି । ଫିଲ୍ମର ପ୍ରଯୋଜନା ସୁନୀଲ ଜୈନ, ଓମ ପ୍ରକାଶ ଭଟ୍ଟ, ଆଦିତ୍ୟ ଯୋଶୀ, ଆଲୋକ ଠାକୁର ଓ ସୁଜୟ ଶଙ୍କରୱର । ଏହି ଫିଲ୍ମଟି ଆଗାମୀ ବର୍ଷ ରିଲିଜ୍ ହେବା ନେଇ ଜଣାପଡିଛି । ଶୁଣିବାକୁ ମିଳିଛି ଯେ, ଏହି ଫିଲ୍ମଟି ଏକ ସତ୍ୟ ଘଟଣା ଉପରେ ଆଧାରିତ । ଅନ୍ୟପଟେ ଫିଲ୍ମରେ ଇଣ୍ଡିଆନ୍ ଆର୍ମିକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ତେବେ ପ୍ରଥମ କରି ବଲିଉଡରେ ଫିଲ୍ମ କରିବା ନେଇ ବେଶ୍ ଉତ୍ସାହିତ ଅଛନ୍ତି ଇସାବେଲ ।