କୁନ୍ଦୁଲି ଗଣବଳାତ୍କାର ଏବଂ ଆତ୍ମହତ୍ୟା ମାମଲାରେ ତଦନ୍ତ କରିବ ଏସଆଇଟି ଟିମ୍

ଭୁବନେଶ୍ଵର : ବହୁ ଚର୍ଚ୍ଚିତ କୁନ୍ଦୁଲି ଗଣବଳାତ୍କାର ଏବଂ ଆତ୍ମହତ୍ୟା ମାମଲାରେ ଏସଆଇଟି ଟିମର ଆଜି ପ୍ରଥମ ବୈଠକ ବସିଛି। କୋରାପୁଟ ଡିଆଇଜିଙ୍କ କାର୍ଯ୍ୟାଳୟରେ ଏସାାଇଟି ଟିମର ବୈଠକ ହୋଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏହି ଟିମ ଗଠନ କରାଯାଇଛି। 

କୁନ୍ଦୁଲି ଗଣବଳାତ୍କାର ଏବଂ ଆତ୍ମହତ୍ୟା ମାମଲାରେ ଆଜି କୋରାପୁଟ ଡିଆଇଜିଙ୍କ କାର୍ଯ୍ୟାଳୟରେ ଏସଆଇଟି ଟିମର ବୈଠକ ହୋଇଛି। ଏହି ବୈଠକରେ ୩ଟି ରେଞ୍ଜର ଡିଆଇଜି ସତ୍ୟବ୍ରତ ଭୋଇ, ସଫିନ୍ ଅହମ୍ମଦ କେ, ହିମାଂଶୁ ଲାଲଙ୍କ ଉପସ୍ଥିତ ଅଛନ୍ତି। କୁନ୍ଦୁଲି ସମ୍ପର୍କିତ ଏକାଧିକ ମାମଲାରେ ଏକକାଳିନ ଶୁଣାଣି କରି ହାଇକୋର୍ଟ ଏସଆଇଟି ଟିମ୍ ଗଠନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଆଜି ଏସଆଇଟିର ପ୍ରଥମ ବୈଠକ ହୋଇଛି। ବୈଠକରେ ପୀଡିତାଙ୍କ ମା, ଖୁଡି, ଭାଇ ମଧ୍ୟ ଉପସ୍ଥିତ ଅଛନ୍ତି।

କୁନ୍ଦୁଲି ମାମଲାରେ ସିବିଆଇ ତଦନ୍ତ ଦାବି କରି ଏକାଧିକ ମାମଲା ରୁଜୁ ହୋଇଛି। ପୀଡିତାଙ୍କ ମାଙ୍କ ପକ୍ଷରୁ ମଧ୍ୟ ଅନୁରୂପ ମାମଲା ରୁଜୁ କରାଯାଇଛି।