ବିଧାନସଭାରେ ଉପସ୍ଥାପିତ ହେଲା କୁନ୍ଦୁଲି ତଦନ୍ତ କମିଶନଙ୍କ ରିପୋର୍ଟ

ଭୁବନେଶ୍ବର : ବିଧାନସଭାରେ  ଉପସ୍ଥାପିତ ହୋଇଛି କୁନ୍ଦୁଲି କମିଶନ ରିପୋର୍ଟ । ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏହି ରିପୋର୍ଟ ଉପସ୍ଥାପନ କରିଛନ୍ତି । ତଦନ୍ତ ରିପୋର୍ଟରେ କମିଶନ ତିନୋଟି ସୁପାରିଶ କରିଛନ୍ତି । ପୀଡିତାଙ୍କ ପରିଚୟ ଗୋପନ ରଖିବା, ତଦନ୍ତ ନସରିବା ପର୍ଯ୍ୟନ୍ତ ଗଣମାଧ୍ୟମକୁ ତଦନ୍ତର ଅଗ୍ରଗତି ସଂପ୍ରକରେ କୌଣସି ସୂଚନା ନଦେବା ଓ କୁନ୍ଦୁଲି ପୀଡିତାଙ୍କ ପ୍ରତିମୂର୍ତ୍ତି କୁନ୍ଦୁଲି ଛକରୁ ହଟାଇବାକୁ ସୁପାରିଶ କରିଛନ୍ତି କମିଶନ। ଏହାସହ କୁନ୍ଦିଲି ପୀଡିତା ଆତ୍ମହତ୍ୟା ଏବେବି ରହସ୍ୟ ଘେରରେ ରହିଛି । କାହିଁକି ପୀଡିତା ମିଥ୍ୟା ଅଭିଯୋଗ ଆଣିଲେ ଏବଂ ଆତ୍ମହତ୍ୟା କଲେ ତାହା ରହସ୍ୟ ହୋଇ ରହିଛି । ଏହି ରହସ୍ୟ ଉପରୁ ପରଦା ହଟାଇବାକୁ ହେଲେ ଅଧିକ ତଦନ୍ତର ଆବଶ୍ୟକତା ଅଛି ବୋଲି କମିଶନ ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି । ସେହିଭଳି ପୀଡିତାଙ୍କ ପରିବାର ତଦନ୍ତରେ ସହଯୋଗ ନକରିବାକୁ ନେଇ ବି ଅଙ୍ଗୁଳି ଉଠାଇଛନ୍ତି କମିଶନ । ସେହିପରି ରାଜନୈତିକ ନେତାମାନଙ୍କ କାର୍ଯ୍ୟକୁ ନେଇ ବି ସେମାନଙ୍କ ଆଡକୁ ଅଙ୍ଗୁଳି ଉଠାଇଛନ୍ତି କମିଶନ । ପରିବାର ଲୋକଙ୍କ ସହ ନେତାଙ୍କ ଧାରଣା ଯୋଗୁ ପୀଡିତାଙ୍କ ଚିକିତ୍ସା ଏସସିବିରେ କରି ନାପାରି ଡିସଚାର୍ଯ୍ୟ କରାଯାଇଥିଲା ବୋଲି କମିଶନ ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି ।