ପୁଣି କୁମ୍ଭମେଳାରେ ଅଗ୍ନିକାଣ୍ଡ: ଅଳ୍ପକେ ବର୍ତିଲେ ବିହାର ରାଜ୍ୟପାଳ

ଲକ୍ଷେ୍ନø: ଉତରପ୍ରଦେଶ ପ୍ରୟାଗରାଜରେ ଚାଲିଥିବା ବହୁ ପ୍ରସିଦ୍ଧ କୁମ୍ଭମେଳାରେ ପୁନର୍ବାର ନିଆଁ ଲାଗିଛି । ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡରୁ ଅଳ୍ପକେ ବିହାରର ରାଜ୍ୟପାଳ ଲାଲଜୀ ଟଣ୍ଡନ୍ ଅଳ୍ପକେ ବର୍ତିଯାଇଥିବା ଜଣାପଡ଼ିଛି । ଉଲ୍ଲେଖନୀୟ, ଗତକାଲି ବିଳମ୍ବିତ ରାତିରେ ଲାଲଜୀ ତାଙ୍କ କ୍ୟାମ୍ପରେ ଶୋଇଥିବା ସମୟରେ ନିଆଁ ଲାଗିଥିଲା । ଏହି ଅଘଟଣ ପରେ ତାଙ୍କୁ ମେଳାର ସର୍କିଟ ହାଉସ୍କୁ ସ୍ଥାନାନ୍ତର କରାଯାଇଥିଲା । ଏହି ଘଟଣାରେ ତାଙ୍କର ମୋବାଇଲ, ଚଷମା, ଘଂଟା ଓ ଅନ୍ୟାନ୍ୟ ସାମଗ୍ରୀ ନଷ୍ଟ ହୋଇଯାଇଛି । ମାତ୍ର ସେ ସୁସ୍ଥ ଥିବା ଜଣାପଡ଼ିଛି । କିଛିଦିନ ପୂର୍ବରୁ ଏହି ମେଳାରେ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରହିଥିବା ଶିବିରରେ ମଧ୍ୟ ନିଆଁ ଲାଗିବାରୁ ପ୍ରାୟ ୨ଟି ଟେଣ୍ଡ ପୋଡି ଯାଇଥିଲା ।