କୁମ୍ଭ ମେଳା : ଶ୍ରୀପଞ୍ଚମୀରେ ଶେଷ ଶାହି ସ୍ନାନ, ବୁଡ ପକାଇଲେ ୨ କୋଟି ଶ୍ରଦ୍ଧାଳୁ

ପ୍ରୟାଗରାଜ  : ଆଜି ହେଉଛି ଶ୍ରୀପଞ୍ଚମୀ । କୁମ୍ଭ ମେଳାରେ ତୃତୀୟ ତଥା ଶେଷ ଶାହି ସ୍ନାନ ।  ଏଥିଲାଗି ପ୍ରୟାଗରାଜରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି । ଆଜି କୁମ୍ଭ ମେଳାରେ ବସନ୍ତ ପଞ୍ଚମୀରେ ତୃତୀୟ ଶାହି ସ୍ନାନ । ଏହି ଅବସରରେ ସଙ୍ଗମରେ ୨ କୋଟି ଶ୍ରଦ୍ଧାଳୁ ବୁଡ ପକାଇବା ସମ୍ଭାବନା ରହିଛି । ଏହା କୁମ୍ଭ ମେଳା ଅବସରରେ ପ୍ରୟାଗରାଜରେ ଶେଷ ଶାହି ସ୍ନାନ । ବିଶ୍ବାସ ରହିଛି ।

ଆଜି ସଂଗମସ୍ଥଳୀରେ ବୁଡ ପକାଇଲେ ଗଙ୍ଗା, ଯମୁନା, ସରସ୍ବତୀ ନଦୀର ପୁଣ୍ୟ ଆଶୀର୍ବାଦ ପ୍ରାପ୍ତି ହୁଏ । ସେଥିପାଇଁ ଆଜି ଦିନର ମହତ୍ବ ରହିଛି । ଏହି ପବିତ୍ର ତିଥି ବୁଡ ପକାଇବା ପାଇଁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ପ୍ରୟାଗରାଜ ପହଞ୍ଚିବାରେ ଲାଗିଛନ୍ତି ଏବଂ ବୁଡ ପକାଉଛନ୍ତି । ଶହ ଶହ ବିଦେଶୀ ମଧ୍ୟ କୁମ୍ଭ ମେଳାରେ ସାମିଲ ହୋଇ ପ୍ରୟାଗରାଜରେ ସ୍ନାନ କରୁଛନ୍ତି । ଜାନୁଆରୀ ମକର ସଂକ୍ରାନ୍ତିରୁ ଆରମ୍ଭ ହୋଇଥିବା କୁମ୍ଭ ମେଳା ମାର୍ଚ୍ଚ ୪ ତାରିଖ ମହା ଶିବରାତ୍ରୀରେ ଶେଷ ହେବ ।