କ୍ରୀତିଙ୍କୁ ଡେଟ୍ କରୁଛନ୍ତି ପୁଲକିତ୍

ମୁମ୍ବାଇ: କିଛିଦିନ ପୂର୍ବେ ପୁଲକିତ୍ ସମ୍ରାଟଙ୍କ ଫିଲ୍ମ ‘ପାଗଲପନ୍ତୀ’ ରିଲିଜ୍ ହୋଇଛି । ଯେଉଁଥିରେ ପୁଲକିତ୍ ଙ୍କ ଅପୋଜିଟରେ ଥିଲେ କ୍ରୀତି ଖରବନ୍ଧା । ତେବେ ଏହି ଫିଲ୍ମ ସୁଟିଂ ସମୟରେ ଉଭୟଙ୍କ ମଧ୍ରରେ ସମ୍ପର୍କ ବୃଦ୍ଧି ପାଇଥିଲା । ଯାହାକୁ ନେଇ ପୂର୍ବରୁ ଚର୍ଚ୍ଚା ଲାଗିଥିଲେ ବି ଉଭୟ ଏହାକୁ ନେଇ ଚୁପ୍ ଥିଲେ । ମାତ୍ର ଉଭୟ ନିଜ ରିଲେସନସିପ୍ କୁ ନେଇ ଲୋକଲୋଚନ କରିଛନ୍ତି ।

କ୍ରୀତିଙ୍କୁ ପ୍ରପୋଜ କରି ଏକ ଫଟୋ ସୋସିଆଲ ମିଡିଆରେ ଛାଡିଛନ୍ତି । ଏ ନେଇ କ୍ରୀତି ପ୍ରପୋଜାଲରେ ରାଜି ହୋଇ ପୁନର୍ବାର ସେୟାର କରିଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଲାଗିରହିଛି । ଫଟୋରେ ଉଭୟ ଏକ ସମୁଦ୍ରକୂଳରେ ଠିଆ ହୋଇଥିବାର ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ, ପୁଲକିତ୍ ପୂର୍ବରୁ ୟାମୀ ଗୌତମଙ୍କୁ ଡେଟ୍ କରୁଥିଲେ । ଯେଉଁ କାରଣରୁ ସେ ନିଜ ପତ୍ନୀଙ୍କ ଠାରୁ ଅଲଗା ହୋଇଥିଲେ ।