କୋରାପୁୁଟ : ପୋଖରୀରେ ବୁଡି ୩ ନାବାଳିକା ମୃତ । କୋରାପୁୁଟ ଜିଲ୍ଲା ଲମତାପୁଟ ବ୍ଲକ୍ ଦେବଗଞ୍ଜ ଗାଁରେ ଘଟିଛି ଏପରି ଘଟଣା । ମୃତକମାନେ ଗତକାଲି ସଂଧ୍ୟାରୁ କେଉଁଆଡେ ନିଖୋଜ ହୋଇ ଯାଇଥିଲେ । ଆଜି ଗାଁ ନିକଟରେ ଖୋଳାଯାଇଥିବା ନୂଆ ପୋଖରୀରୁ ନନ୍ଦପୁର ଅଗ୍ନିଶମ ବିଭାଗ ୩ ନାବାଳିକାଙ୍କ ମୃତଦେହ ଉଦ୍ଧାର କରିଛନ୍ତି । ମୃତକମାନେ ହେଲେ ତାମିଲ ପଉଜା, ନିକିତା ଦଳପତି, ସନ୍ତୋଷୀ ପତ୍ରୀ । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହ ବ୍ୟବଚ୍ଛେଦ କରାଯାଇଛି ।