୫ଟି ସଚିବ ଭି.କେ.ପାଣ୍ଡିଆନଙ୍କ କୋଣାର୍କ ଗ୍ରସ୍ତ; ପ୍ରସ୍ତୁତ ହେଲା କୋଣାର୍କ ମନ୍ଦିର ସୌନ୍ଦର୍ଯ୍ୟକରଣ ମ୍ୟାପ

ଭୁବନେଶ୍ୱର: ବିଶ୍ୱ ପ୍ରସିଦ୍ଧ କୋଣାର୍କ ମନ୍ଦିର ସୌନ୍ଦର୍ଯ୍ୟକରଣ ହେବ । ଏମିତି ଆଭାସ ମିଳିବା ଆରମ୍ଭ କରିଛି । ପୁରୀ ଶ୍ରୀମନ୍ଦିର, ଭୁବନେଶ୍ୱର ଶ୍ରୀଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ ହେବା ପରେ ଏବେ ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରକୁ ଫୋକ୍ସ ଦେଉଛନ୍ତି ରାଜ୍ୟ ସରକାର । ୫-ଟି ସଚିବ ଭି.କେ. ପାଣ୍ଡିଆନ୍ କୋଣାର୍କକୁ ଅଚାନକ ପରିଦର୍ଶନରେ ଆସି ଏହାର ସୌନ୍ଦର୍ଯ୍ୟକରଣ ପ୍ରସ୍ତାବର ଟିକନିକ୍ ଅନୁଧ୍ୟାନ କରିଥିବାରୁ ମୁଖ୍ୟମନ୍ତ୍ରୀ ଖୁବ୍ ଶୀଘ୍ର ନିଷ୍ପତ୍ତି ଘୋଷଣା କରିବେ ବୋଲି ଜଣାପଡ଼ିଛି ।

ଆଜି ଭୋର୍ ୫ଟାରେ କୋଣାର୍କକୁ ଅଚାନକ ପରିଦର୍ଶନରେ ଆସିଥିଲେ ୫-ଟି ସଚିବ ପାଣ୍ଡିଆନ୍ । ସାଙ୍ଗରେ ଥିଲେ ପୂର୍ତ୍ତ ସଚିବ ଡ. କ୍ରିଷନ୍ କୁମାର, ପୁରୀ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀବୃନ୍ଦ । ସେମାନେ ସୂର୍ଯ୍ୟମନ୍ଦିର ବୁଲିବା ସହ ସହ ବେଢ଼ା ପରିଦର୍ଶନ କରିଥିଲେ ।

ସେଠାରୁ ଆଇଓସିଏଲ୍ ର ବ୍ୟାଖ୍ୟାନ କେନ୍ଦ୍ର, ହସ୍ତଶିଳ୍ପ ବଜାର ଓ କୋଣାର୍କ ସଂଲଗ୍ନ ଅନ୍ୟାନ୍ୟ ସ୍ଥାନଗୁଡ଼ିକୁ ବୁଲି ଦେଖିଥିଲେ ।

କୋଣାର୍କର ସୌନ୍ଦର୍ଯ୍ୟକରଣ ପାଇଁ ପ୍ରସ୍ତୁତ ହୋଇଥିବା ନକ୍ସାକୁ ଅନୁଧ୍ୟାନ କଲା ପରେ ପାଣ୍ଡିଆନ୍ ଓ ତାଙ୍କ ଟିମ୍ ଚନ୍ଦ୍ରଭାଗା ପରିଦର୍ଶନ କରିବାକୁ ଯାଇଥିଲେ ।

ସେଠାରୁ ପୁରୀ ହୋଇ ଭୁବନେଶ୍ୱର ଫେରିଥିଲେ ।