ଆଜି ବାତିଲ ହେଲା ଭୁବନେଶ୍ୱରରୁ ମୁମ୍ବାଇକୁ ଚଳାଚଳ କରୁଥିବା କୋଣାର୍କ ଏକ୍ସପ୍ରେସ

ଭୁବନେଶ୍ୱର: ଆଜି ଭୁବନେଶ୍ୱରରୁ ଛାଡ଼ିବାକୁଥିବା ୧୧୦୨୦ ଭୁବନେଶ୍ୱରରୁ ମୁମ୍ବାଇକୁ ଚଳାଚଳ କରୁଥିବା କୋଣାର୍କ ଏକ୍ସପ୍ରେସ ବାତିଲ ହୋଇଥିବା ନେଇ ସୂଚନା ମିଳିଛି I ଆଜି ସକାଳେ ଭୁବନେଶ୍ୱରରେ ପହଞ୍ଚିବାକୁଥିବା କୋଣାର୍କ ଏକ୍ସପ୍ରେସ ୨୨ ଘଣ୍ଟାରୁ ଅଧିକ ବିଳମ୍ବରେ ଚଳାଚଳ କରୁଥିବା ଯୋଗୁଁ ଭୁବନେଶ୍ୱରରୁ ଛାଡ଼ିବାକୁଥିବା କୋଣାର୍କ ଏକ୍ସପ୍ରେସକୁ ବାତିଲ କରାଯାଇଛି I

ସୂଚନାଯୋଗ୍ୟ, ମହାରାଷ୍ଟ୍ରର ମୁମ୍ବାଇର ବିଭିନ୍ନ ଅଞ୍ଚଳରେ ବର୍ଷାଜନିତ ବନ୍ୟା ପରିସ୍ଥିତି ସହିତ ରେଳ ଧାରଣ ଉପରେ ଜଳ ପ୍ରବାହିତ ହେବା ଓ ମାଟି ଧସିବା ଯୋଗୁଁ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି I