କୋଲକାତା ଟ୍ୟାକ୍ସି ଚାଳକଙ୍କ ୩ ଦିନିଆ ଧର୍ମଘଟ

କୋଲକାତା: କୋଲକାତା ଟ୍ୟାକ୍ସି ଚାଳକ ୬ଅଗଷ୍ଟରୁ ତିନିଦିବସୀୟ ଧର୍ମଘଟ ନେଇ ଆହ୍ଵାନ ଦେଇଛନ୍ତି। ପ୍ରକାଶିତ ଖବର ମୁତାବକ, ବଙ୍ଗଳା ଟ୍ୟାକ୍ସି ସଂଘ, କୋଲକାତା ଟ୍ୟାକ୍ସି ଆସୋସିଏସନ୍‌, ପଶ୍ଚିମବଙ୍ଗ ଚାଳକଙ୍କ ମଙ୍ଗଳ ସଂଘ ଓ ପୋଗ୍ରେସିଭ୍‌ ଟ୍ୟାକ୍ସି ମ୍ୟାନ୍ସ ୟୁନିୟନ୍‌ ଭଳି ଟ୍ୟାକ୍ସି ୟୁନିୟନ ଭଡ଼ା ସଂଶୋଧନ ଦାବି ନେଇ ତିନି ଦିବସୀୟ ଧର୍ମଘଟର ଆହ୍ଵାନ ଦେଇଛନ୍ତି।

ଏହି ଧର୍ମଘଟର ନିର୍ଣ୍ଣୟ ପଶ୍ଚିମବଙ୍ଗର ଟ୍ୟାକ୍ସି ଓ୍ଵାର୍କର୍ସ ଫେଡରେସନ୍‌ର ଏକ ବୈଠକ ପରେ ନିଷ୍ପତ୍ତି ନିଆଯାଇଛି। ସେଣ୍ଟର ଅଫ ଇଣ୍ଡିୟନ୍‌ ଟ୍ରେଡ ୟୁନିୟନନ୍ସ (ସିଟୁ)ର କହିବାନୁସାରେ, ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଟ୍ୟାକ୍ସି ଭଡ଼ା ବି ବୃଦ୍ଧି କରାଯିବା ଆବଶ୍ୟକ। ଟ୍ୟାକ୍ସି ଚାଳକଙ୍କ ଏହି ଧର୍ମଘଟ ପାଇଁ ଯାତ୍ରୀଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ। କାରଣ ମେଟ୍ରୋରେ ୬ରୁ ୭ ତାରିଖ ପର୍ଯ୍ୟନ୍ତ କ୍ୟାବ୍‌ ସଡ଼କରେ ଚାଲିବ ନାହିଁ। ସିଟୁ ଟ୍ୟାକ୍ସି କର୍ମଚାରୀମାନେ ୬ରୁ ୭ ଅଗଷ୍ଟ ପର୍ଯ୍ୟନ୍ତ ଧର୍ମଘଟ କରିବେ ଓ ଅପରେଟ ସଂଘ ଅଗଷ୍ଟ ୮ରୁ ଧର୍ମଘଟକୁ ବିସ୍ତାର କରିବେ ବୋଲି ଜଣାପଡ଼ିଛି।