ଗୋଣ୍ଡମହାସଭା ଓ ଆଦିବାସୀ ସମାଜ ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ଆଦିବାସୀ ଜମି କିଣାବିକା ଓ ଶିକ୍ଷାନୀତିରେ ପରିବର୍ତନ ଦାବୀ

କୋଲାବିରା: କୋଲାବିରା ବ୍ଲକ ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡମହାସଭା ଓ ଆଦିବାସୀ ସମାଜ ପକ୍ଷରୁ ବିିଭିନ୍ନ ଦାବୀକୁ ନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ କୋଲାବିରା ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ସମ୍ମିଳିତ ଆଦିବାସୀ ସମାଜ କୋଲାବିରା ବ୍ଲକ ସମ୍ପାଦକ ରାଜେଶ ନେଟିଙ୍କ ନେତୃତ୍ୱରେ ଜିଲ୍ଲା ଉପଦେଷ୍ଟା ଚିନ୍ତାମଣି କାଲୋ, ମନ୍ମଥ ନାରାୟଣ ସିଂହ, ପିଂଟୁ ମରେଇ, ଉଦ୍ଧବ ପଧାନ, ତୁଳସୀ ନାଏକ, କମଳ ଧୁରୁଆ ପ୍ରମୁଖଙ୍କ ଉପସ୍ଥିତିରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିବା ଦାବିପତ୍ରକୁ କୋଲାବିରା ତହସିଲଦାର ଗୋଲକ ବିହାରୀ ମଙ୍ଗରାଜ ଗ୍ରହଣ କରିଥିଲେ ।

kolabira newskolabira news

ତେବେ ଦାବିପତ୍ର ଗୁଡିକ ହେଲା:
-ସରକାର ସମସ୍ତ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଏକ ପ୍ରକାର ଶିକ୍ଷାନୀତି ପ୍ରଣୟନ କରନ୍ତୁ ।
-ଆଦିବାସୀ ମାନଙ୍କ ଜମି ସାଧାରଣ ବର୍ଗକୁ ହସ୍ତାନ୍ତରର ଗଳାବାଟ ବନ୍ଦ କରାଯାଉ ।
-ଯେହେତୁ ଆଦିବାସୀମାନେ ତାଙ୍କର ଅସୁବିଧା ଦର୍ଶାଇ ଜମି ବିକ୍ରି କରୁଛନ୍ତି, ସେଥିପାଇଁ ସରକାରୀ ସ୍ତରରେ ଆବଶ୍ୟକତାକୁ ତର୍ଜମାକରି ସହରାଂଚଳରେ ଥିବା ଆଦିବାସୀମାନଙ୍କ ଜମିରୁ ୫ଡିସିମିଲରୁ ୧୦ ଡିସିମିଲ ପର୍ଯ୍ୟନ୍ତ ଓ ଗ୍ରାମାଂଚଳରେ ୨୫ ଡିସିମିଲରୁ ୫୦ ଡିସିମିଲ ପର୍ଯ୍ୟନ୍ତ ଖରିଦ ବିକ୍ରି ପାଇଁ ପରମିସନ ଦିଆଯାଉ ।
-ଆଦିବାସୀ ଓ ଆଦିବାସୀମାନଙ୍କ ମଧ୍ୟରେ ଖରିଦ ବିକ୍ରି ହୋିଥିବା ଜମି ସାଧାରଣ ବର୍ଗଙ୍କ ନାମରେ ବିକିବାକୁ ହେଲେ ପ୍ରଥମ ଖରିଦ ବିକ୍ରି ହୋଇଥିବା ତାରିଖଠାରୁ ସର୍ବନିମ୍ନ ତିନିବର୍ଷ ବ୍ୟବଧାନ ରଖାଯାଉ ।
-ଯେଉଁ ଆଦିବାସୀ ଜମି ଗୁଡିକ ଅନିୟମିତ ଭାବରେ ଖରିଦ ବିକ୍ରି ହୋଇଛି, ସେ ମାମଲା ଗୁଡିକୁ ମାସେ ଭିତରେ ଫଇସଲା କରାଯାଉ ।