ପ୍ରିୟଙ୍କା- ନିକଙ୍କ ପ୍ରେମ ସଂପର୍କରେ ଶୁଣି କାହିଁକି କାନ୍ଦିଥିଲେ ପରୀଣିତି , ପଢନ୍ତୁ ପୁରା ଖବର

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ପୁରୁଷ ବନ୍ଧୁ ନିକଙ୍କ ଭିତରେ ବିବାହକୁ ନେଇ ଗୋଟିଏ ପରେ ଗୋଟିଏ ଖବର କେବଳ ବି-ଟାଉନ କାହିଁକି ତାଙ୍କ ଫ୍ୟାନଙ୍କ ଭିତରେ ଚର୍ଚ୍ଚାର ବିଷୟ ହୋଇଛି । ଏମିତିକି ଦେଶୀ ଗର୍ଲ ପ୍ରିୟଙ୍କ ନିଜ ଠୁ ଏତେ କମ ବୟସ୍କ ବିଦେଶୀ ନିକଙ୍କ ପ୍ରେମରେ ପଡିବା ଘଟଣା ଏବେ ବି ଚର୍ଚ୍ଚା ରହିଛି । ଏହି ପ୍ରେମ ସଂପର୍କକୁ ଅନେକ ଏବେ ବି ଗ୍ରହଣ କରିପାରୁ ନାହାନ୍ତି । ଏହାରି ଭିତରେ ।ଉ ଏକ ଖବର ସାମ୍ମନାକୁ ଆସିଛି ଯାହାକୁ ନେଇ ପୁଣି ଥରେ ଉଭୟଙ୍କ ପ୍ରେମ ଓ ବିବାହ ବଲିଉଡରେ ଚର୍ଚ୍ଚାକୁ ଆସିଛି ।
ଦୁହିଁଙ୍କ ଭିତରେ ଥିବା ପ୍ରେମ ସଂପର୍କ ବେଶ ପୂର୍ବରୁ ଜାଣିଥିବା କହିଛନ୍ତି ପରୀଣିତି ଚୋପ୍ରା । ଏହି ଖବର ଜାଣଇବା ପରେ ସେ କାନ୍ଧିବାକୁ ଆରମ୍ଭ କରିଥିବା ବି କହିଛନ୍ତି ।

ଦୁହିଁଙ୍କ ମଧ୍ୟରେ କେବେଠାରୁ ପ୍ରେମ ସଂପର୍କ ଆରମ୍ଭ ହେଲା ତାହା କେହି ଜାଣି ନଥିବା ବେଳେ ବଲିଉଡ୍‌ର ଏହି ଅଭିନେତ୍ରୀଙ୍କୁ ପୂର୍ବରୁ ସବୁ କିଛି ଜଣା ଥିଲା । ସେ ହେଉଛନ୍ତି ପ୍ରିୟଙ୍କାଙ୍କ ଭଉଣୀ ପରୀଣିତି ଚୋପ୍ରା । ଫିଲ୍ମଫେୟାର ସହ କଥା ହୋଇ ସେ ଏହାର ଖୁଲାସା କରିଛନ୍ତି ।
“ଯେଉଁଦିନ ନିକ୍‌ ପ୍ରିୟଙ୍କାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ ସେଦିନ ପ୍ରିୟଙ୍କାଙ୍କ ଜନ୍ମଦିନ ଥିଲା । ଏ ଖବର ସେ ମୋତେ ପ୍ରଥମେ ଜଣାଇଥିଲେ । ରାତି ୩ଟାରେ ସେ ମୋତେ କଲ କରିଥିଲେ । ଯାହାକୁ ମୁଁ ଉଠାଇ ପାରି ନଥିଲି । ପରେ ମୁଁ ତାଙ୍କୁ ଭିଡ଼ିଓ କଲ୍‌ କରିବା ପରେ ସେ ମୋତେ ନିଜର ମୁଦି ଦେଖାଇଥିଲେ । ପରେ ସବୁ ଜାଣିବା ପରେ ମୁଁ ଖୁସିରେ କାନ୍ଦିବାକୁ ଲାଗିଥିଲି” ବୋଲି ପରୀଣିତି କହିଥିଲେ ।