ଜାଣନ୍ତୁ ଯୁବତୀଙ୍କର କାହିଁକି ଅଧିକ ପସନ୍ଦ ବିବାହିତ ପୁରୁଷ

ବିବାହିତ ପୁରୁଷ ଅନ୍ୟ ମହିଳାଙ୍କ ପ୍ରତି ପ୍ରାୟତଃ ଧ୍ୟାନ ଦେଇ ନ ଥାନ୍ତି। ଫଳରେ ପାରିବାରିକ ଜୀବନରେ ଲଭ୍‌ ଟ୍ରାଙ୍ଗଲ ସୃଷ୍ଟି ହେବାର ଆଶଙ୍କା କମ୍‌ ରହିଥାଏ

ସାଧାରଣତ ସମବୟଷ୍କ ଯୁବକ ଯୁବତୀ ମାନେ ପରସ୍ପର ପ୍ରେମରେ ପଢନ୍ତି । ପରସ୍ପରକୁ ଭଲ ପାଆନ୍ତି । ଉଭୟ ପରସ୍ପରକୁ ପ୍ରେମ କରନ୍ତି । ପରସ୍ପର ପ୍ରତି ଆକର୍ଷିତ ହୁଅନ୍ତି ବୋଲି ସମସ୍ତେ ଭାବନ୍ତି । ଆପଣ ବି ଠିକ ସେଇଆ ଭାବୁଥିବେ ,ହଲେ ତାହା ଠିକ ନୁହେଁ । ଯୁବତୀ ମାନେ ସମବୟସ୍କ ବନ୍ଧୁଙ୍କୁ ନୁହେଁ ବରଂ ବିବାହିତ ପରୁଷଙ୍କ ପ୍ରତି ଅଧିକ ଆକର୍ଷିତ ହୁଅନ୍ତି ଆଉ ଅଧିକ ଭଲ ପାଆନ୍ତି । ଏକଥା ଆମେ କହୁନୁ ଆମେରିକାରର ନିୟୁ ଜର୍ସି ସାମାଜିକ ବିଗ୍ୟାଂନ ବିଭାଗ ପକ୍ଷରୁ ହୋଇଥିବା ଏକ ଗବେଷଣାର ରିପୋର୍ଟରୁ ଏକଥା ଜଣା ପଡିଛି ।

ବିବାହିତ ପୁରୁଷଙ୍କ ସହିତ ବୁଝାମଣା କରିବା ସହଜ। ଆର୍ଥିକ ଅବସ୍ଥା ପ୍ରାୟତଃ ସ୍ବଚ୍ଛଳ ଥିବାରୁ ଯୁବତୀମାନେ ସେମାନଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି। ବିବାହିତ ପୁରୁଷଙ୍କ ମାନସିକ ସ୍ଥିତି ଅବିବାହିତ ଯୁବକଙ୍କ ତୁଳନାରେ ଦୃଢ଼ ହୋଇଥିବାରୁ ଯୁବତୀ ସେମାନଙ୍କୁ ପ୍ରେମ କରି ବସନ୍ତି ବୋଲି ରିପୋର୍ଟରେ ଦର୍ଶାଯାଇଛି। ଜୀବନରେ ଆସୁଥିବା ସମସ୍ୟାର ସମାଧାନ ଲାଗି ଉପଯୁକ୍ତ ନିର୍ଣ୍ଣୟ ନେବାରେ ବିବାହିତ ପୁରୁଷଙ୍କର ରହିଥାଏ ଅଧିକ କ୍ଷମତା।girl s

ଏହାସହିତ ବିବାହିତ ପୁରୁଷ ତାଙ୍କ ସାଥିଙ୍କ ପ୍ରତି ଯତ୍ନଶୀଳ ହୋଇଥାନ୍ତି। ସେମାନେ ଘର ଏବଂ ବାହାରର କାମ ସହଜରେ କରିପାରନ୍ତି। ତେଣୁ ଅନେକ ସମସ୍ୟାର ସମାଧାନ ହୋଇପାରିଥାଏ। ଅପରପକ୍ଷରେ ବିବାହିତ ପୁରୁଷ ସଙ୍କୋଚ ନ କରି ଜୀବନର ଅନେକ ସମସ୍ୟା ସାଥିଙ୍କ ସହିତ ଆଲୋଚନା କରିଥାନ୍ତି। ଯାହାକି ଅବିବାହିତ ଯୁବକଙ୍କ କ୍ଷେତ୍ରରେ ଦେଖିବାକୁ ମିଳି ନ ଥାଏ। ବିବାହିତ ପୁରୁଷ ଅନ୍ୟ ମହିଳାଙ୍କ ପ୍ରତି ପ୍ରାୟତଃ ଧ୍ୟାନ ଦେଇ ନ ଥାନ୍ତି। ଫଳରେ ପାରିବାରିକ ଜୀବନରେ ଲଭ୍‌ ଟ୍ରାଙ୍ଗଲ ସୃଷ୍ଟି ହେବାର ଆଶଙ୍କା କମ୍‌ ରହିଥାଏ। ଅନ୍ୟପକ୍ଷରେ ଅବିବାହିତ ଯୁବକଙ୍କ ଅନ୍ୟ ମହିଳାଙ୍କ ସୌନ୍ଦର‌୍ୟ୍ୟ ପ୍ରତି ସହଜରେ ଆକୃଷ୍ଟ ହୋଇଥାନ୍ତି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।