ନୂଆଦିଲ୍ଲୀ : ଭାରତର ସବୁଠୁ ଧନୀ ବ୍ୟବସାୟୀ ନିତା ଅମ୍ବାମୀଙ୍କ ଡିସେମ୍ବର ୧୨ରେ ହେବ ବାହାଘର । ଆନ୍ନ୍ଦ ପୀରାମଲଙ୍କୁ ବାହାହେବେ ମୁକେଶ ନନ୍ଦିନୀ । ଏଥିପାଇଁ ତିନି ଲକ୍ଷ ଟଙ୍କିଆ ନିମନ୍ତ୍ରଣ ପତ୍ର ବଣ୍ଟା ଆରମ୍ଭ ହେଲାଣି । ତେବେ ସବୁଠୁ ଅଧିକ ଚର୍ଚ୍ଚା ହେଇଛି ବାହାଘର ପରେ ଇଶା ଓ ପୀରାମିଲ ରହିବାକୁ ତିଆରି ହେଉଥିବା ବଙ୍ଗଳାକୁ ନେଇ ।
ଶୁଣାଯାଉଛି ଆନନ୍ଦଙ୍କ ପିତା ଅଜୟ ପୀରାମଲ୍ ୪୫୨ କୋଟି ଟଙ୍କାରେ ମୁମ୍ବାଇର ଓ୍ୱର୍ଲି ସି ଫେସ୍ସ୍ଥିତ ଏକ ବଡ଼ ବଙ୍ଗଳା କିଣିଛନ୍ତି। ଏହା ଆଗରୁ ହିନ୍ଦୁସ୍ତାନ୍ ୟୁନିଲିଭରର ପ୍ରପର୍ଟି ଥିଲା। ଏହାକୁ ୨୦୧୨ରେ ଅଜୟ ପୀରାମଲ କିଣିଥିଲେ। ଏହି ବଙ୍ଗଳାରେ ରହିବେ ଆନନ୍ଦ ଓ ଈଶା। ୫୦ ହଜାର ବର୍ଗ ଫୁଟ୍ ଅଞ୍ଚଳ ଉପରେ ନିର୍ମିତ ଏହି ବଙ୍ଗଳାର ଇଣ୍ଟିରିଅର୍ ଫିନିସିଂ କାମ ଡିସେମ୍ବର ୧ ତାରିଖ ସୁଦ୍ଧା ଶେଷ ହେବ ବୋଲି ଜଣାଯାଇଛି।
ଈଶାଙ୍କ ଭାବୀ ଶ୍ୱଶୁର ଅଜୟ ପୀରାମଲ ସାରା ବିଶ୍ୱରେ ଜଣେ ଧନୀ ବ୍ୟବସାୟୀ ଭାବେ ଜଣାଶୁଣା। ତାଙ୍କର ଫର୍ମାସ୍ୟୁଟିକାଲ୍, ଫାଇନାନ୍ସିଆଲ୍ ସର୍ଭିସେସ୍, ରିଅଲ ଇଷ୍ଟେଟ୍,ଆଇଟି ଓ ଗ୍ଲାସ ଫ୍ୟାକେଜିଂ ଆଦି ବ୍ୟବସାୟ ରହିଛି।