ଜାଣନ୍ତୁ କେଉଁ ମନ୍ତ୍ରୀ ଓ ନେତାଙ୍କୁ ଜଣା କି ରୋଷେଇ, ବାହା ଆଗରୁ ଜଣା ଥିଲା କି ଏ କାମ

ଭୁବନେଶ୍ବର : ଯେଉଁ ପୁଅ ରୋସେଇ ଜାଣଇନି ତାଙ୍କୁ ବାହା ହୁଅନ୍ତି । ମହିଳା ଏସପିଓ ନିଯୁକ୍ତି ଉତ୍ସବରେ ପୋଲିସ କମିଶନରଙ୍କ ଏପରି ମତକୁ ନେଇ ରାଜନୈତିକ ଆରୋପ ପ୍ରତ୍ୟାରୋପତ ଆରମ୍ଭ ହୋଇଛି ତାହା ସହ କେଇଁ ନେତା ଓ ମନ୍ତ୍ରୀ କେମିତି ଓ କଣ କଣ ରୋଷେଇ ଜାଣିଛନ୍ତି ନା ହିଁ ସେନେଇ ନିଜ ମତ ରଖିଛନ୍ତି ।

ନବ ଦାସ, ସ୍ବାସ୍ଥ୍ୟମନ୍ତ୍ରୀ : ସ୍ବାସ୍ଥ୍ୟମନ୍ତ୍ରୀ  ନବ ଦାସ ବାହାହେବା ଆଗରୁ ବ୍ୟାଚଲର ବେଳୁ କିଛି କିଛି ରୋଷେଇ ଜଣିଛନ୍ତି ବୋଲି କହିଛନ୍ତି । ଅଣ୍ଡା ଆମେଲେଟ  ସାଙ୍ଗକୁ ଭାତ ଓ ଡାଲମା ତାଙ୍କୁ ଜଣା ।

ସମ୍ବିତ ରାଉତରାୟ ବିଧାୟକ ପାରାଦୀପ : ପାରାଦୀପ ବିଧାୟକ ସମ୍ବିତ ରାଉତରାୟଙ୍କୁ  ଚିକେନ ମସଲା ଭଲଭାବେ ତିଆରି କରିବା ଜଣା । ହଲେ ତାହା ଲୁଣିଆ କି ଅଲଣା ହେବେ ସେ ଗ୍ୟାରେଣ୍ଟି କିନ୍ତୁ ସେ ଦେଇପାରିବେନି ଖାଇବାଲୋକ ଓ ରୋଷେଇ କରିବା ଲୋକ ମିଳିମିଶି ଚଳାଇଦେଲେ ହେବ । ହେଲେ ବାହାଘର ଆଗରୁ ରୋଷେଇ ନ ଜାଣି ବି ତାଙ୍କୁ ଝିଅ ମିଳିଗଲା ବୋଲି ସେକହିଛନ୍ତି ।

ସଞ୍ଜିବ ମଳ୍ଲୀକ, ବିଧାୟକ  : ବିଧାୟକ ସଞ୍ଜିବ ମଳ୍ଲୀକ କହିଛନ୍ତି ଅଣ୍ଡା ଆମେଲଟ ଛଡା ସେ ଆଉ କିଛି ରୋଷେଣ ଜାଣି ନାହାନ୍ତି ।ସେ ରୋଷେଇ କରନ୍ତିନି ବେଳେ ବେଳେ କଣ କେମିତି କରନ୍ତି । ସମସ୍ତେ ରୋଷେଇ ଜାଣିବା ଦରକାର ନୁହେଁ କିନ୍ତି ମିଳିମିଶି କଲେ ଭଲ ବୋଲି କହିଛନ୍ତି ।

 ସୁରଶ ରାଉତ ରାୟ , ବିଧାୟକ : ଆଉ ସମସ୍ତଙ୍କୁ ଟପିଯାଇଛନ୍ତି କଂଗ୍ରେସ ବିଧାୟକ ସୁରଶ ରାଉତ ରାୟ । ପୁରୁଷ ରୋଷେଇ କରିବା କଥାକୁ ବାଏଁ ବାଏଁ ଉଡାଇ କହିଛନ୍ତି ପୁରୁଷ ପିଲା କଣ ରୋଷେଇ କରିବ ତାହା ତାଙ୍କୁ ଜଣା ନାହିଁ । ହେଲେ ସେ ବାହା ହୋଇଛନ୍ତି ।ପୁରୁଷ ପିଲା ରୋଷେଇ ଜାଣଇବା ଦରକାର ନାହିଁ । ମହିଳା ମାନେ ରୋଷେଇ କରିବା ପିଲା ଲାଳନ ପାଳନ କରିବାରେ ଭଲ କରିପାରିବେ । ପୁରୁଷ ପିଲା ରୋଜଗାର କରିବେ । ବଜାରରୁ ସଉଦା ଆଣିଦେବେ । ତେବେ ତେବେ ଯେତେ ଆଇଏସ କି ଆପିପିଏସ ହେଲେ ମହିଳା ଭଳ ରୋଷେଇ କରିପାରିବେ ତାହା ତାଙ୍କ କାମ । ତେବେ ବିଦେଶ ପରି ଉଭୟ ମିଶିକି କଲେ କ୍ଷତି ନାହିଁ ବୋଲି କହିଛନ୍ତି ।