ଗବେଷଣାର ତଥ୍ୟ, ପ୍ରେମ ସଂପର୍କ ଦୃଢର ବଡ ରାଜ ଜାଣନ୍ତୁ

ପ୍ରେମରେ ସମ୍ପର୍କ ହେଉଛି ସବୁଠୁ ବଡ ଉପାଦାନ । ସଂପର୍କରେ ଫାଟ ଆସିଲେ ପ୍ରେମ ସଫଳ ହୁଏନି । ସେଥିପାଇଁ ପ୍ରେମର ସଫଳତା ହିଁ ନିର୍ଭର କରେ ପ୍ରେମିକ- ପ୍ରେମିକାଙ୍କ ସଂପର୍କ ଉପରେ । ତେବେ ଉଭୟଙ୍କ ଭିତରେ ସଂପର୍କ ବଢାଇବାର ଅନେକ ଗୁଡିଏ କାରଣ ରହିଛି ।

ତେବେ ସଂପର୍କ ବଢାଇବା ଓ ପ୍ରେମି ଯୁଗଳଙ୍କ ଭିତରେ ସଂପର୍କ ଦୃଢ କରିବାର ସବୁଠୁ ରାଜ ହେଉଛି ତୁରନ୍ତ ପ୍ରେମର ପରିପ୍ରକାଶ କରିବା । ଏଖଥା ଆମେ କହୁନୁ କି ମନ ଗଢା ନୁହେଁ, ଓହିଓ ବିଶ୍ୱ ବିଦ୍ୟାଳୟର ଏକ ଗବେଷଣାରୁ ଏକଥା ପ୍ରମାଣିତ ହୋଇଛି

ଗୁରୁତ୍ୱପୂର୍ଣ୍ଣ ହେଉଛି ଶୀଘ୍ର ପ୍ରେମର ପରିପ୍ରକାଶ କରିବା। ଏହାଦ୍ୱାରା ମାନସିକସ୍ତରରେ ଉଭୟ ପରସ୍ପରର ନିକଟବର୍ତ୍ତୀ ହୋଇ ପାରିଥାନ୍ତି ବୋଲି ଓହିଓ ବିଶ୍ୱବିଦ୍ୟାଳୟରେ ସଦ୍ୟ ସମ୍ପନ୍ନ ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି। ପ୍ରେମର ପରିପ୍ରକାଶ କରିବାରେ ଡେରି କରୁଥିବା ପ୍ରେମିକା ପ୍ରେମିକଙ୍କ ସମ୍ପର୍କ ସେତେ ନିବିଡ଼ ହୋଇପାରି ନ ଥାଏ। ଅନେକ ପ୍ରେମରେ ନିଜ ସାଥୀଙ୍କୁ ଚିହ୍ନିବାରେ ଅଧିକ ସମୟ ନେଇଥାନ୍ତି। ଏହାଦ୍ୱାରା ସମ୍ପର୍କ ଉପରେ ପଡ଼ିଥାଏ ନକାରାତ୍ମକ ପ୍ରଭାବ। ଉଭୟ ପ୍ରେମିକା ପ୍ରେମିକ ନିଜ ସାଥୀଙ୍କ ମୁହଁରୁ ଭଲ ପାଇବାର ପରିପ୍ରକାଶ ଶୁଣିବାକୁ ପସନ୍ଦ କରିଥାନ୍ତି। ଏହାକୁ ସେମାନେ ଅତି ଉତ୍ସୁକତାର ସହିତ ଅପେକ୍ଷା କରିଥାନ୍ତି। ତେବେ ଏଥିରେ ଡେରି ହେଲେ ମନରେ ଆସୁଥିବା ରୋମାଣ୍ଟିକ୍‌ ଭାବନା ଧୀରେଧୀରେ କମିବାରେ ଲାଗିବା ସହିତ ସମ୍ପର୍କ ନିବିଡ଼ ହେବାର ସମ୍ଭାବନା କମ୍‌ ହେବାରେ ଲାଗିଥାଏ ବୋଲି ଏହି ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି।