ରାଶିରୁ ଜାଣନ୍ତୁ କେତେ ରୋମାଣ୍ଟିକ ଆପଣଙ୍କ ଗର୍ଲଫ୍ରେଣ୍ଡ

ରୋମାନ୍ସ ହିଁ ପ୍ରେମ ଜୀବନରେ ରଙ୍ଗ ଦିଏ । ଆଉ ରୋମାନ୍ସ ନିର୍ଭର କରେ  କେତେ ରୋମାଣ୍ଟିକ । ରୋମାନ୍ସ ପାଇଁ ଉଭୟ ପ୍ରେମିକ ଓ ପ୍ରେମିକା ରୋମାଣ୍ଟିକ ହେବା ଦରକାର । ବିନା ରୋମାଣଅଟିକ ହୃଦୟରେ ରୋମାନ୍ସ ସମ୍ଭବ ହୁଏ ନି । ପୁଅ ମାନେ ଯେ କେବଳ ରୋମାଣ୍ଟିକ ହେଲେ ରୋମାନ୍ସ ହୁଏ ତାହା ନୁହେଁ, ଝିଅ ମାନେ ବି ରୋମାଣ୍ଟିକ ହେବା ଦରକାର । ବା ପୁଅଙ୍କ ପରି ଝିଅ ମାନେ ବି ରୋମାଣ୍ଟିକ ହୋଇଥାନ୍ତି । ତେବେ ଆପଣ ଜାଣନ୍ତିକି ଆପଣଙ୍କ ପ୍ରେମିକା ବା ଗର୍ଲ ଫ୍ରେଣ୍ଡ କେତେ ରୋମାଣ୍ଟିକ ?
ତେବେ ଯଦି ଜାଣି ନାହାନ୍ତି ତେବେ ପ୍ରଥମେ ଆପଣଙ୍କ ଗର୍ଲ ଫ୍ରେଣ୍ଡଙ୍କ ରାଶି ଜାଣି ନିଅନ୍ତୁ ତା ପରେ ଆପଣ ଜାଣିଯିବେ ଆପଣଙ୍କ ବାନ୍ଧବୀ କେତେ ରୋମାଣ୍ଟିକ ।

ମେଶ ରାଶ : ମେଶ ରାଶିର ଝିଅ ଭାରି ରୋମାଣ୍ଟିକ । ଏମାନଙ୍କ କଥା କହିବା ଶୈଳି ଓ ଶଦ୍ଧରେ ରୋମାଣ୍ଟିକ ରହିଥାଏ । ଏମାନେ ନିଜ ପୁରୁଷ ବନ୍ଧୁଙ୍କୁ ଖୁସି କରିବାକୁ ଭିନ୍ନ ଭିନ୍ନ ରୋମାନ୍ସର ତରିକା ଆପଣାଇଥାନ୍ତି । ତେଣୁ ଯଦି ଆପଣଙ୍କ ଗର୍ଲ ଫ୍ରେଣ୍ଟର ରାଶି ମେଶ ତେବେ ଆପଣ ବି ରୋମାଣ୍ଟିକ ମୁଡ ବନାନ୍ତୁ ଆଉ ରୋମାନ୍ସ କରନ୍ତି ପ୍ରେମିକା ଆପଣଙ୍କୁ ସବୁ ପ୍ରକାର ସହଯୋଗ କରିବେ । ଏମାନେ ବି ନିଜ ପାର୍ଟନରଙ୍କୁ ରୋମାନ୍ସରେ ସପ୍ରାଇଜ ଦେଇବାକୁ ପସନ୍ଦ କରନ୍ତି ।

ମିନ ରାଶି : ମିନ ରାଶିର ଝିଅ ମାନେ ବି ରୋମାଣ୍ଟିକ । ଏମାନେ ଅଧିକ କାଳ୍ପନିକ । ନିଜ ନିଜ କଳ୍ପନାକୁ ନେଇ ନିଜ ପାର୍ଟନରଙ୍କ ସହ ଏମାନେ ଭିନ୍ନ ଭିନ୍ନ ଶୈଳିରେ ରୋମାନ୍ସ କରିବାକୁ ପସନ୍ଦ କରନ୍ତି । ଆଉ ନିଜ ପାର୍ଟନରଙ୍କ ସହ ଅଦିକ ସମୟ ବିତାଇବାକୁ ଚେଷ୍ଟା କରନ୍ତି । କିଛି କିଛି ନୂଆ ନୂଆ ଅନ୍ଦାଜରେ ଏମାନେ ରୋମାନ୍ସ କରିବାକୁ ସବୁବେଳେ ଆଗ୍ରହୀ ଥାନ୍ତି । ଖାସ କରି ରାତିର ମିଞ୍ଜି ମିଞ୍ଜି ଆଲୁଆରେ ନିଜ ପାର୍ଟନରଙ୍କ ସମୟ କାଟିବା ଓ ଡିନର କରିବା ଏମାନଙ୍କ ଅଧିକ ପସନ୍ଦ ।
କର୍କଟ ରାଶି : ଏହି ରାଶିର ପ୍ରେମିକା ବା ଗର୍ଲଫ୍ରେଣ୍ଡ ସରଳ ପ୍ରକୃତିର । ଏମାନେ ଅଧିକ ସମୟ ଭାବ ବିହ୍ୱଳ ହୋଇ ପଡନ୍ତି । ରୋମାନ୍ସ କରିବାକୁ ଏମାନଙ୍କ ପସନ୍ଦ କରନ୍ତି ସତ ହେଲେ ଅଥିକ ସମୟ ନିଜ ମନର ମଣଇଷଙ୍କ ପାଖରେ ବିତାଇବା ଉପରେ ଏମାନ ଗୁରୁତ୍ୱ ଦେଇଥାନ୍ତି ।

କନ୍ୟା : ଏହି ରାଶିର ଝିଅ ମାନେ ଭାବନ୍ତି ତାଙ୍କ ପାର୍ଟନର ହିଁ ତାଙ୍କ ସାରା ଦୁନିଆ । ଏମାନେ ନିଜ ପୁରୁଷ ବନ୍ଧୁଙ୍କର ସମସ୍ତ କେୟାର କରନ୍ତି ଓ ଗୁଣକୁ ମନେ ରଖନ୍ତି । ପ୍ରେମିକର ପସନ୍ଦ ଅପସନ୍ଦ କଣ,ପ୍ରେମିକ ଜୀବନରଲ ପ୍ରଥମ ଘଟଣା କଣ ଏହାକୁ ମନେ ରଖି ସେମାନେ ସେଇ ଅନୁସାରେ ନିଜକୁ ରୋମାନ୍ସ ଲାଗି ପ୍ରସ୍ୁତ କରି ନିଅନ୍ତି ।

ଧନୁ ରାଶି : ଏହି ରାଶିର ଝିଅ ଅତି ଛୋଟ ଛୋଟ ଜିନିଷ ବା ଘଟଣାରୁ ନିଜର ରୋମାଣ୍ଟିକ ପଣିଆ ପରିପ୍ରକାଶ କରିଥାନ୍ତି । ଛୋଟ ଗୋଲାପ ଫୁଲ ହେଉ ବା ନିଜ ମନପସନ୍ଦର ରୋଶେଇ । ଏଙାକୁ ନେଇ ବି ସେମାନେ ନିଜ ପାର୍ଟନରଙ୍କୁ ଖୁସି କରିବା ସହ ଏଥିରେ ହିଁ ସେମାନେ ସାରା ଦିନକୁ ସ୍ମରଣୀର କରନ୍ତି ।

ସିଂହ ରାଶି : ଏହି ରାଶିର ଝିଅ ପ୍ରେମରେ ଆଉ ରୋମାନ୍ସରେ ସଚ୍ଚା । ଏମାନେ ନିଜ ପାର୍ଟନରଙ୍କ ଯତ୍ନ ନେବାକୁ ଅଧିକ ପସନ୍ଦ କରନ୍ତି । ନିଜ ପୁରୁଷ ବନ୍ଧୁଙ୍କୁ ଖୁସି କରିବା ଓ ତାଙ୍କୁ ଖୁସିରେ ରଖିବାକୁ କିଛି ବି କରିପାନ୍ତି ।
ଏବେ ଆପଣ ମିଳାଇ ନିଅନ୍ତୁ କେଉଁ ରାଶି ଆପଣଙ୍କ ପାର୍ଟନରଙ୍କର ଆଉ ତାଙ୍କ ସ୍ୱଭାବ କିପରି ତା ପରେ ଆପଣ ପ୍ରେମ ଏବଂ ରୋମାନ୍ସରେ ଆଗକୁ ବଢନ୍ତୁ ।

ବି: ଦ୍ର- ଏହି ଗଣନା ରାଶିର ଜନ୍ମ ସମୟ ଓ ନକ୍ଷେତ୍ର ଅନୁସାରେ ଭିନ୍ନ ହୋଇପାରେ ।