ଜ୍ୟୋତିଷଙ୍କ ଭବିଷ୍ୟବାଣୀ, ନିକ- ପ୍ରିୟଙ୍କାଙ୍କ ଦାମ୍ପତ୍ୟ ଜୀବନରେ ନିକଙ୍କୁ ହିଁ ଧୈଜ୍ୟ ଧରିବାକୁ ପଡିବ, ଜାଣନ୍ତୁୁ କାହିଁକି

ମୁମ୍ବାଇ : ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ତାଙ୍କ ପ୍ରେମିକ ବିଦେଶୀ ବୟଙ୍କୁ ବାହା ହୋଇ ସାରିଛନ୍ତି । ପ୍ରଥମେ ଖ୍ରୀଷ୍ଟିୟାନ ଓ ପରେ ହିନ୍ଦୁ ପରମ୍ପରା ଅନୁସାରେ ବାହାଘର ସରିଛି । ହେଲେ ଦୁହିଁଙ୍କ ଦାମ୍ପତ୍ୟ ଜୀବନ କେମିତି କଟିବ ତାକୁ ନେଇ ସୋସିଆଲ ମିଡିଆରେ ଗସିପ ଆରମ୍ଭ ହୋଇଛି । ତେବେ ଜ୍ୟୋତିଷଙ୍କ ଭିବିଶ୍ୟ ବାଣୀ କହୁଛି ନିକଙ୍କ ଉପରେ ପ୍ରିୟଙ୍କାଙ୍କ ରାଜ ହିଁ ଚଳିବ । ଏଥିପାଇଁ ନିକଙ୍କୁ ହିଁ ବହୁ ସମୟରେ କମ୍ପ୍ରମାଇଜ କରିବାକୁ ହେବ । ପ୍ରିୟଙ୍କା କହ ସଂସାର କରିବାକୁ ହେଲେ ନିକଙ୍କୁ ଅନେକ ଧୈଜ୍ୟ ଧରିବାକୁ ହେବ ବୋଲି କହୁଛି ଭବିଷ୍ୟବାଣୀ ।

ପ୍ରସିଦ୍ଧ ଜ୍ୟୋତିଷ ସଞ୍ଜୟ ବି ଜୁମାନିଙ୍କ କହିବା ଅନୁଯାୟୀ, ପ୍ରିୟଙ୍କାଙ୍କ ଜୀବନରେ ୯ ଅଙ୍କର ମହତ୍ତ୍ୱ ଅଧିକ । ଅଙ୍କ ୯ର ଲୋକମାନଙ୍କ ଉପରେ ମଙ୍ଗଳ ଗ୍ରହର ପ୍ରଭାବ ଅଧିକ ରହିଥାଏ । ଏଭଳି ଲୋକ ଉଚ୍ଚ ଆଶାବାଦୀ ଏବଂ ନେତୃତ୍ୱ ନେବାରେ ବିଶ୍ୱାସ ରଖିଥାନ୍ତି । ୪୫ ବର୍ଷ ବୟସରେ ପାଦ ଦେବା ପରେ ପ୍ରିୟଙ୍କା ରାଜନୀତିରେ ପାଦ ଦେଇ ପାରନ୍ତି ।
ଅଙ୍କଜ୍ୟୋତିଷ ଅନୁଯାୟୀ,ପ୍ରିୟଙ୍କା ନିକ୍‌ଙ୍କ ଉପରେ ପ୍ରଭାବ ବିସ୍ତାର କରିବେ । ଏଥି ପାଇଁ ନିକ୍‌ଙ୍କୁ ଅନେକ ସମୟରେ ଧୈର‌୍ୟ୍ୟ ରଖିବାକୁ ହେବ । କିନ୍ତୁ ଦୁହେଁ ଦୁହିଁଙ୍କ ପାଇଁ ହିଁ ତିଆରି ହୋଇଥିଲେ ଏବଂ ଏବେ ଦୁହେଁ ପରସ୍ପରକୁ ମିଳି ଯାଇଛନ୍ତି । ଯଦି ପ୍ରିୟଙ୍କା ନିଜ ନାମ ବଦଳାଇ ପ୍ରିୟଙ୍କା ଚୋପ୍ରା ଜୋନ୍‌ସ କରୁଛନ୍ତି ତେବେ ତାଙ୍କର ଆଗାମୀ ଜୀବନ ସୁଖମୟ ହେବ ବୋଲି କହିଥିଲେ ଜୁମାନୀ ।