ସ୍କୁଲ ପରିସରରେ ଆରମ୍ଭ ହେବ ପରିବା ଚାଷ

ଭୁବନେଶ୍ୱର: ରାଜ୍ୟ ସରକାର ସ୍କୁଲରେ ଆରମ୍ଭ କରିବାକୁ ଯାଉଛନ୍ତି Kitchen Garden Concept। ଭୋଜନ ଯୋଜନା ଅଧିନରେ ଏହି ଯୋଜନା ଆରମ୍ଭ ହେବ। ଏ ନେଇ ରାଜ୍ୟର ୪୩ହଜାର ସ୍କୁଲକୁ ୫ ହଜାର ଲେଖାଏଁ ଟଙ୍କା ଦିଆଯାଇଛି।

ଏଥିରେ ଜିଲ୍ଲା ଉଦ୍ୟାନ କୃଷି ବିଭାଗ କିଟ୍ ଦେବ। ପରିସରରେ ବିଭିନ୍ନ ପନିପରିବା ଲଗାଯିବ। ସ୍କୁଲ ଖୋଲିଲେ ସେହି ପନିପରିବାରୁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ହେବ। ବର୍ତ୍ତମାନ କେବଳ ସ୍କୁଲ କର୍ତ୍ତୃପକ୍ଷ ଏହି ଚାଷ ସ୍କୁଲ ପରିସରରେ କରିବେ। ସ୍କୁଲ ଖୋଲିଲେ, ଛାତ୍ରଛାତ୍ରୀଙ୍କୁ ବି ଏଥିରେ ସାମିଲ କରାଯିବ।

ନୂତନ ଶିକ୍ଷା ନୀତି ଅନୁସାରେ, ଛାତ୍ରଛାତ୍ରୀଙ୍କୁ କୃଷି ସମ୍ପର୍କିତ ଜ୍ଞାନ ଦେବା ପାଇଁ ଏହା କରାଯାଇଛି। କେନ୍ଦୁଝର ଜିଲ୍ଲା ଗୁଡ଼ିକରେ ଏହା ଫଳପ୍ରଦ ହୋଇଛି।