ପାଞ୍ଚ ଦିନିଆ ଭାରତ ଗସ୍ତରେ ଆସିବେ ନେଦରଲାଣ୍ଡ ରାଜ ଦମ୍ପତି

ନୂଆଦିଲ୍ଲୀ: ନେଦରଲାଣ୍ଡର ରାଜା ୱିଲିୟମ-ଆଲେକଜେଣ୍ଡର ଏବଂ ରାଣୀ ମୌକ୍ସିମା ନିଜର ପାଞ୍ଚ ଦିନିଆ ଭାରତର ଗସ୍ତ ରବିବାର ଦିନ ଆରମ୍ଭ କରିବେ । ୧୪ରୁ ୧୮ ଅକ୍ଟୋବର ଏହି ଗସ୍ତରେ ମଧ୍ୟରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ଆର୍ଥିକ ଏବଂ ରାଜନୈତିକ ସହଯୋଗ ଉପରେ ଭାରତର ଶୀର୍ଷ ନେତୃତ୍ୱଙ୍କ ବୈଠକ କରିବେ ।

୨୦୧୩ ମସିହାରେ ରାଜ ସିଂହାସନ ସମ୍ଭାଳିବା ପରେ ରାଜା ୱିଲିୟମ-ଆଲେକଜାଣ୍ଡାରଙ୍କ ଏହା ପ୍ରଥମ ରଜକୀୟ ଭାରତ ଗସ୍ତ ହେବ । ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ବୟାନ ଅନୁସାରେ ନେଦରଲାଣ୍ଡର ରାଜା ଏବଂ ରାଣୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିମନ୍ତ୍ରଣରେ ଭାରତ ଆସିଛନ୍ତି । ଏହି ରାଜ ଦମ୍ପତି ନିଜର ଭାରତ ଗସ୍ତ ସମୟରେ ନୂଆ ଦିଲ୍ଲୀ, ମୁମ୍ୱାଇ ଏବଂ କେରଳ ବୁଲି ଭାରତର ଐତିହ୍ୟକୁ ଉପଭୋଗ କରିବେ । ସୋମବାର ଦିନ ଏହି ଦମ୍ପତି ରାଷ୍ଟ୍ରପତି କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିବେ । ନେଦରଲାଣ୍ଡର ରାଜା ଏବଂ ରାଣୀଙ୍କ ସହ ତାଙ୍କର କ୍ୟାବିନେଟର ଏକ ପ୍ରତିନିଧିମଣ୍ଡଳ ମଧ୍ୟ ଭାରତ ଆସିବେ ।