ପରିଶେଷରେ ସାମ୍ନାକୁ ଆସିଲେ କିମ୍ ଜୋଙ୍ଗ ଉନ୍

ପୋଙ୍ଗୟାଙ୍ଗ: ଉତରକୋରିଆର ଏକଚ୍ଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ୍‌ଙ୍କ ମୃତ୍ୟୁକୁ ନେଇ ଲାଗିରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। କିମ୍‌ ଗତ ଶୁକ୍ରବାର ସାମ୍ନାକୁ ଆସିଛନ୍ତି। ଉତରକୋରିଆର ରାଜଧାନୀରେ କିମ୍‌ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିବା ବେଳେ ତାଙ୍କର ଫଟୋ ଭାଇରାଲ ହୋଇଛି। ସ୍ଥାନୀୟ ଗଣମାଧ୍ୟମ ତଥ୍ୟ ଅନୁସାରେ, ରାଜଧାନୀ ପୋଙ୍ଗୟାଙ୍ଗ ନିକଟ ସୁଚୋନ୍‌ରେ ଶୁକ୍ରବାର କିମ୍‌ ଏକ ଫର୍ଟିଲାଇଜର କମ୍ପାନୀର ଉଦ୍‌ଘାଟନ କରିଛନ୍ତି। କିମ୍‌ ଫର୍ଟିଲାଇଜର କମ୍ପାନୀ ଉଦଘାଟନ କରିବା ସମୟର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ସେ ସାମାନ୍ୟ ଅସୁସ୍ଥ ଥିବା ଫଟୋରୁ ଜଣାପଡ଼ୁଛି।

ସୂଚନାଯୋଗ୍ୟ, କିମ୍‌ ଗତ ଏପ୍ରିଲ ୧୧ ତାରିଖରେ ପଲିଟ୍‌ ବ୍ୟୁରୋ ମିଟିଂରେ ସାମିଲ ହୋଇଥିଲେ। ଏହା ପରେ ଆଉ ତାଙ୍କୁ ଦେଖିବାକୁ ମିଳି ନ ଥିଲା। ଫଳରେ ତାଙ୍କର ସ୍ୱାସ୍ଥ୍ୟକୁ ନେଇ ନାନା ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। କିଛି ଗଣମାଧ୍ୟମ ତାଙ୍କର ମୃତ୍ୟୁ ହୋଇଥିବା ନେଇ ମଧ୍ୟ ଦାବି କରିଥିଲେ।