କିମ୍ସର କୋଭିଡ୍ ହସ୍ପିଟାଲ ହେଲା କାର୍ଯ୍ୟକ୍ଷମ; ୧୪ କରୋନା ରୋଗୀଙ୍କ ଚିକିତ୍ସା ଜାରି

ଭୁବନେଶ୍ୱର: କଟକ ଏସସିବି ଓ ଅଶ୍ୱିନୀ ପରେ ଏବେ ରାଜ୍ୟର ଆଉ ୨ଟି ହସ୍ପିଟାଲରେ କାର୍ଯ୍ୟକ୍ଷମ ହେଲା କୋଭିଡ୍ ହସ୍ପିଟାଲ୍। ଭୁବନେଶ୍ୱରର କିମ୍ସ ହସ୍ପିଟାଲରେ କୋଭିଡ୍ ହସ୍ପିଟାଲ୍ କାର୍ଯ୍ୟକ୍ଷମ ହୋଇଥିବା ଜଣାଯାଇଛି। କିମ୍ସ ହସ୍ପିଟାଲରେ ୧୪ କରୋନା ରୋଗୀ ଚିକିତ୍ସାଧୀନ ଥିବାର ସୂଚନା ମିଳିଛି।

ଅପରପକ୍ଷରେ ରାଉରକେଲାରେ ଥିବା ହାଇଟେକ୍ କୋଭିଡ୍ ହସ୍ପିଟାଲ୍ ବି କାର୍ଯ୍ୟକ୍ଷମ ହୋଇଥିବା ଜଣାଯାଇଛି। ସୂଚନାଯୋଗ୍ୟ, ଏବେ କଟକର ଅଶ୍ୱିନୀ ହସ୍ପିଟାଲରେ ୧୯ଜଣ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି।