ଖିମଜୀ ଜ୍ୱେଲେରୀ ତରଫରୁ ଖୁସିଓଁ କୀ ଦିୱାଲି, ଧନତେରାସ ଅଫର

ଭୁବନେଶ୍ୱର: ଆଗାମୀ ଶୁଭ ଦୀପାବଳି ଏବଂଧନତେରାସକୁ ଆଖିଆଗରେ ରଖି ଚଳିତ ବର୍ଷ ଓଡିଶାର ଅଗ୍ରଣୀ ଜ୍ୱେଲେରୀ ବ୍ୟବସାୟିକ ପ୍ରତିଷ୍ଠାନ ଏକାଧିକ ଅଫରର ଏବଂ ସ୍କିମ୍ ର ବ୍ୟବସ୍ଥା ନିଜ କଷ୍ଟମର ପାଇଁ କରିଛି । ଦିପାବଳୀ ଏବଂ ଧନତେରାସରେ ସୁନା ଏବଂ ରୁପା କିଣିଲେ ଏହା ଭାଗ୍ୟ ଏବଂ ସମୃଦ୍ଧି ଆଣେ ବୋଲି ବିଶ୍ୱାସଥିବାରୁ ଏହି ଅନନ୍ୟ ଅଫର ଖିମଜୀରେ କିଣାକିଣି କରିବାକୁ ଆଗ୍ରହୀ ଥିବା ଗ୍ରାହକମାନଙ୍କୁ ଖୁସି କରିଦେବ ବୋଲି ବିଶ୍ୱାସ କରାଯାଉଛି ।
ବର୍ତ୍ତମାନ ସ୍ୱର୍ଣ୍ଣଦର ଅଧିକଥିବା ବେଳେ ଏବଂ ଗ୍ରାହକମାନେ ସୁନା କିଣିବା ପାଇଁ ଆଗ୍ରହ ପ୍ରକାଶ କରୁନଥିବା ବେଳେ ଦିପାବଳୀ ଏବଂ ଧନତେରାସକୁ ପାଳନ କରିବା ପାଇଁ ଖିମଜୀ ତରଫରୁ ଏକାଧିକ ଗହଣା ଉପରେ ୫.୪% ଫ୍ଲାଟ୍ ଛାଡ ଦେଉଛି । ସେହିପରି ହୀରା ଉପରେ ଫ୍ଲାଟ୍ ୨୦% ଏବଂ ରୂପାଗହଣାର ଗଢା ମଜୁରୀ ୫୦% ଫ୍ଲାଟ୍ ଛାଡ ଦେଉଛି ।ଏହାବାଦ ୯୯୯ ପରି ସ୍କିମ୍ରେ ସ୍ୱର୍ଣ୍ଣ ଏବଂ ରୌପ୍ୟ ମୁଦ୍ରା ସହିତ ବାୟ ବ୍ୟାକ୍ ଗ୍ୟାରେଂଟି ମଧ୍ୟ ଉପଲବ୍ଧ ଅଛି ।
ଧନତେରାସରୁ ଦୀପାବଳୀର ଆରମ୍ଭ ହୋଇଥାଏ । ଧନତେରାସ ଶବ୍ଦ ଦୁଇଟି ଶବ୍ଦର ମିଳନରୁ ଗଠିତ । ଧନ୍ ର ଅର୍ଥ ହେଉଛି ସମ୍ପତି ଆଉ “ତେରାସ” ର ଅର୍ଥ ହେଉଛି କାର୍ତ୍ତିକମାସର କୃଷ୍ଣପକ୍ଷର ୧୩ତମ ଦିବସ ।

ଏହି ଧନର ପର୍ବରେ ବିଶ୍ୱର ଭଣ୍ଡାର ରକ୍ଷକ ମା’ ଲକ୍ଷ୍ମୀଙ୍କର ପୂଜା ଶ୍ରଦ୍ଧାଳୁମାନଙ୍କ ଦ୍ୱାରା କରାଯାଏ ।ଏହା ବିଶ୍ୱାସ କରାଯାଏ ଯେ ଯେତେବେଳେ ଜଣେ ସୁନା, ଧାତୁ କିମ୍ବା ସେହିପରି କିଛି ମୂଲ୍ୟବାନ ଜିନିଷ ଏହି ଦିନ କିଣେ ସେତେବେଳେ ସେ ପ୍ରଭୂତଭାବେ ଲାଭବାନ ହୋଇଥାଏ କାରଣ ଏହା ମା ଲକ୍ଷ୍ମୀଙ୍କର ଆଗମନର କାରଣ ହୋଇଥାଏ । ଏଣୁ ଏହି ଦିପାବଳୀରେ ଖୁସି ଆଣିବାପାଇଁ ନିଜର ନିକଟତମ ବନ୍ଧୁବାନ୍ଧବମାନଙ୍କୁ ଖିମଜୀ ଗହଣା ଦେଇ ସେମାନଙ୍କର ମୁହଁରେ ଆଲୋକ ଆଣି ଦିଅନ୍ତୁ ।