କୋଭିଡ୍ କେୟାର ସେଣ୍ଟର ପାଇଁ ଖିମଜୀ ଫାଉଣ୍ଡେସନ୍ ତରଫରୁ ୬୦ଟି ଶଯ୍ୟା

ଭୁବନେଶ୍ୱର  : ଓଡିଶାର ବୃହତମ ଅଳଙ୍କାର ବ୍ରାଣ୍ଡ୍ ଖିମଜୀ ଜୁଏଲର୍ସର ସମାଜସେବୀ ଅନୁଷ୍ଠାନ ଖିମଜୀ ଫାଉଣ୍ଡେସନ ତରଫରୁ କୋଭିଡ୍‌-୧୯ ସହିତ ମୁକାବିଲା କରିବା ପାଇଁ ୬୦ଟି ଶଯ୍ୟା ସହ ଏଥି ନିମନ୍ତେ ଆବଶ୍ୟକୀୟ ସମସ୍ତ ଉପକରଣ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମ୍‌ସି)କୁ ପ୍ରଦାନ କରାଯାଇଛି ।
ଖିମଜୀ ଫାଉଣ୍ଡେସନ୍‌ର ସିଏସ୍‌ଆର ପଦକ୍ଷେପକୁ ପ୍ରଶଂସା କରି ବିଏମ୍‌ସି କମିସନର ଶ୍ରୀ ସଂଞ୍ଜୟ ସିଂ କହିଛନ୍ତି, “କୋଭିଡ୍ କେୟାର ସେଣ୍ଟରକୁ ୬୦ଟି ଶଯ୍ୟା ପ୍ରଦାନ କରିଥିବାରୁ ଆମେ ଖିମଜୀ ଫାଉଣ୍ଡେସନ୍‌କୁ ଅଶେଷ ଧନ୍ୟବାଦ ଜଣାଉଛୁ ଯାହା ଏହି ସଂଙ୍କଟ ସମୟରେ ଲୋକଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ହେବ । ଏହିପରି ସାର୍ବଜନୀନ ସହଭାଗିତା ଦ୍ୱାରା ଆମେ ମହାମାରୀ ବିରୁଦ୍ଧରେ ଯୁଦ୍ଧ ଜିତିପାରିବା ।”
ଖିମଜୀ ଜୁଏଲର୍ସ୍‌ର ନିର୍ଦ୍ଦେଶକ ସୁମିତ୍ ଖିମଜୀ ସୋମବାର ବିଏମ୍‌ସି କମିସନର ଶ୍ରୀ ସଂଞ୍ଜୟ ସିଂଙ୍କୁ ଏହି ସାମଗ୍ରୀଗୁଡିକ ଆନୁଷ୍ଠାନିକ ଭାବରେ ହସ୍ତାନ୍ତର କରିଛନ୍ତି । ପ୍ରଦାନ କରାଯାଇଥିବା ଶଯ୍ୟାଗୁଡିକ ଭୁବନେଶ୍ୱରରେ ବିଭିନ୍ନ କୋଭିଡ୍ କେୟାର ସେଣ୍ଟର ଯଥା ପଟିଆ କୋଭିଡ୍ କେୟାର ସେଣ୍ଟର, ଡୁମୁଡୁମା କୋଭିଡ୍ କେୟାର ସେଣ୍ଟର ଏବଂ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ ଦ୍ୱାରା ପରିଚାଳିତ ଅନ୍ୟ ୟୁପିଏଚ୍‌ସି/ ୟୁପିଏଚ୍‌ସିିଏଚ୍‌ସିଏସ୍ (UPHC/ UPHCHCs)  ଗୁଡିକରେ ବ୍ୟବହୃତ ହେବ ।
ଏହି ଅବସରରେ ସୂଚନା ଦେଇ ଖିମଜୀ ଜୁଏଲର୍ସ୍‌ର ନିର୍ଦ୍ଦେଶକ ସୁମିତ୍ ଖିମଜୀ କହିଛନ୍ତି, “ରାଜଧାନୀ ଭୁବନେଶ୍ୱର ବର୍ତମାନ କୋଭିଡ୍‌-୧୯ର ଦ୍ୱିତୀୟ ଲହର ସହ ବହୁ ସାହାସ ଓ ଦାୟିତ୍ୱବୋଧତାର ସହିତ ଲେଢେଇ କରୁଛି । ଏହି ମହାମାରୀ ସଂଙ୍କଟ ସମୟରେ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍‌ର ସେବା ଯୋଗାଇଦେବା ଦିଗରେ ଗଠନମୂଳକ ପଦକ୍ଷେପକୁ ପ୍ରଶଂସାଯୋଗ୍ୟ ବୋଲି କହିଥିଲେ । ଖିମଜୀ ଫାଉଣ୍ଡେସନ, ସଂଙ୍କଟ ସମୟରେ ଓଡିଶା ସରକାର ଓ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍‌କୁ ସର୍ବଦା ସମର୍ଥନ କରିଆସୁଛି ବୋଲି ପ୍ରକାଶ କରିଥିଲେ ।”
“ମୁଁ ଭୁବନେଶ୍ୱରର ନାଗରିକମାନଙ୍କୁ ଅନୁରୋଧ କରିବି ଯେ, ଭୟଭୀତ ହୁଅନ୍ତୁ ନାହିଁ ଏବଂ ମାସ୍କ ବ୍ୟବହାର କରିବା, ହାତ ଧୋଇବା ଓ ସାମାଜିକ ଦୂରତା ବଜାୟ ରଖିବା ଭଳି ସତର୍କତା ଅବଲମ୍ବନ କରନ୍ତୁ । ଏଥିସହ ସମସ୍ତ ନାଗରିକଙ୍କୁ ଯଥାଶୀଘ୍ର ଟୀକା ନେବା ପାଇଁ ସେ ଅନୁରୋଧ ମଧ୍ୟ କରିଥିଲେ ।”

Khimji Foundation donates60 bed sets to BMC for COVID care centers