ଖିମଜୀ ଆଣିଲା ଭାଲେଣ୍ଟାଇନ୍ କଲେକ୍ସନ ‘ଲଭଷ୍ଟ୍ରକ୍’
ଫେବୃଆରୀ ୮ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଏକ ‘ସେଲ୍ଫି ପ୍ରତିଯୋଗିତା’
ଭୁବନେଶ୍ୱର : ସର୍ବୋତମ ଅଳଙ୍କାର ପାଇଁ ଜଣାଶୁଣା ଖିମଜୀ ନିଜର ଗ୍ରାହକଙ୍କ ଉଭୟ ଶାସ୍ତ୍ରୀୟ ତଥା ଆଧୁନିକ ମନୋଭାବକୁ ଧ୍ୟାନରେ ରଖି ଏହି ପ୍ରେମ ଋତୁକୁ ପାଳନ କରିବା ପାଇଁ ଆଜି ନିଜର ସ୍ୱତନ୍ତ୍ର ଭାଲେଣ୍ଟାଇନ୍ କଲେକ୍ସନ ‘ଲଭ୍ଷ୍ଟ୍ରକ୍ ୨୦୨୧’ କୁ ଶୁଭାରମ୍ଭ କରିଛନ୍ତି । ଅନ୍ତର୍ନିର୍ହିତ ପ୍ରେମର ଏøତିହାସିକ କାହାଣୀମାନଙ୍କ ଦ୍ୱାରା ଅନୁପ୍ରାଣିତ ଖିମଜୀର ଏହି ନୂତନ ଭାଲେଣ୍ଟୋନ କଲେକ୍ସନ ଗୁଡିକୁ ନିଜ ପ୍ରିୟଜନମାନଙ୍କ ଜୀବନରେ ଚମକ୍ ଆଣିବା ସଂଙ୍ଗେ ସଂଙ୍ଗେ ଏକ ସ୍ୱତନ୍ତ୍ର ଅନୁଭୂତି ଦେବା ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଛି ।
– ସୁନ୍ଦର ହୀରା ଅଳଙ୍କାରର ଆରମ୍ଭ ମୂଲ୍ୟ ୧୧୦୦୦
-ପ୍ରେମର ଏøତିହାସିକ କାହାଣୀରୁ ଅନୁପ୍ରାଣିତ ହୋଇ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ଅଳଙ୍କାର
ପ୍ରେମର ଏହି ସପ୍ତାହକୁ ପାଳନ କରିବା ପାଇଁ ଏବଂ ପ୍ରେମ ସହ ହୀରାର ଯେଉଁ ପ୍ରତୀତ୍ମକ ସର୍ମ୍ପକକୁ ପୁର୍ନ ସ୍ଥାପନ କରିବା ପାଇଁ ଏହି ସ୍ୱତନ୍ତ୍ର ନିର୍ମିତ ସଂଗ୍ରହ ‘ଲଭ୍ଷ୍ଟ୍ରକ୍’ କେବଳ ୧୧,୦୦୦ ରୁ ଆରମ୍ଭ କରି ସୁଲଭ ମୂଲ୍ୟରେ ହୀରା ଅଳଙ୍କାରର ଏକ ନିଆରା ଏବଂ ଆଧୁନିକ ସଂଗ୍ରହ ପ୍ରଦାନ କରିବ । ଏହି ସଂଗ୍ରହ ଓଡିଶାର- ଭୁବନେଶ୍ୱର, କଟକ,ବ୍ରହ୍ମପୁର ଏବଂ ରାଉରକେଲା ଅନ୍ତର୍ଗତ ସମସ୍ତ ଖିମଜୀ ଷ୍ଟୋରରେ ଉପଲବ୍ଧ ରହିଛି ।
“ଭାଲେଣ୍ଟାଇନ୍ ଡେ ହେଉଛି ଚୀରସ୍ଥାୟୀ ପ୍ରେମ କାହାଣୀଗୁଡିକୁ ପାଳନ କରିବାର ଦିନ । ଗ୍ରାହକମାନଙ୍କ ଭାବନାକୁ ସମ୍ମାନ ଜଣାଇ ଆମେ ପ୍ରେମକୁ ସୁଚାରୁ ରୂପେ ଉପସ୍ଥାପିତ କରିବା ଭଳି ଅତି ଯତ୍ନର ସହ ପ୍ରସ୍ତୁତ କରାଯାଇଥିବା ଏହି ହୀରା ଅଳଙ୍କାରର ଏକ ବିସ୍ତୃତ ସଂଗ୍ରହ ସୁଲଭ ମୂଲ୍ୟରେ ଆମ ଗ୍ରାହକମାନଙ୍କ ପାଇଁ ଆଣିଛୁ,”ଖିମଜୀର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କ୍ରିଷ୍ଣେନ୍ଦୁ ସେନ୍ କହିଛନ୍ତି ।
‘ଲଭ୍ଷ୍ଟ୍ରକ୍’ ସଂଗ୍ରହରେ ପେଣ୍ଡେଣ୍ଟ୍, ମୁଦି, ବ୍ରେସ୍ଲେଟ୍, ନେକ୍ଲେସ୍,ହୀରାର ବ୍ୟାଣ୍ଡ ଇତ୍ୟାଦି ଅନ୍ତର୍ଭୁକ୍ତ । ଖିମ୍ଜୀ ରାଜ୍ୟର ସବୁଠାରୁ ବଡ ବିବିଧତା ବିଶିଷ୍ଟ ଅଳଙ୍କାର ସଂଗ୍ରହ ପାଇଁ ସମସ୍ତ ତଥା ଯେକୌଣସି ଉତ୍ସବ ପାଇଁ ଉପଯୁକ୍ତ ଅଟେ । ଏହା ବ୍ୟତୀତ, ଖିମ୍ଜୀ ରେଡିଓ ପାର୍ଟନର ୯୨.୭ ବିଗ୍ ଏଫ୍ଏମ୍ ସହିତ ମିଳିତ ଭାବେ ୨୦୨୧ ଫେବୃଆରୀ ୮ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଏକ ‘ସେଲ୍ଫି ପ୍ରତିଯୋଗିତା’ ଘୋଷଣା କରିଛନ୍ତି ଯାହାକି ଏହି ଉପହାରର ଋତୁକୁ ଅଧିକ ଚମକାଇବ । ପ୍ରତିଯୋଗିତାର ଶ୍ରେଷ୍ଠ ତିନି ବିଜେତା ମାଗଣା ସୁନା ମୂଦ୍ରା ପାଇବେ । ପ୍ରତିଯୋଗିତାର ନିୟମ ଅନୁଯାୟୀ ଉତ୍ସୁକ ପ୍ରତିଯୋଗୀମାନେ ନିକଟସ୍ଥ ଖିମଜୀ ଷ୍ଟୋରକୁ ଯାଇ ଭିତରେ ସ୍ୱତନ୍ତ୍ର ଡିଜାଇନ୍ ହୋଇଥିବା ‘ସେଲ୍ଫି ସ୍ପଟ୍’ରେ ସେଲ୍ଫି ନେଇ ତାହାକୁ ନିଜର ଫେସ୍ବୁକ୍ କିମ୍ବା ଇଂନ୍ଷ୍ଟାଗ୍ରାମ ଟାଇମଲାଇନ୍ରେ ପୋଷ୍ଟ କରି ‘ଖିମିଜୀଜୁଏଲର୍ସଅଫିସିଆଲ’ ଏବଂ ‘୯୨.୭ ବିଗ୍ ଏଫ୍ଏମ୍’ ପେଜ୍କୁ ଟ୍ୟାଗ୍ କରିବେ । ପୋଷ୍ଟ୍ରେ ସର୍ବାଧିକ ଲାଇକ୍ ପାଇଥିବା ପ୍ରତ୍ୟେକ ଷ୍ଟୋରରୁ ଶ୍ରେଷ୍ଠ ୩ ପ୍ରତିଯୋଗୀ ବିଜେତା ହେବେ ।
ଖିମଜୀ ବିଷୟରେ
ଭୁବନେଶ୍ୱର,ରାଉଲକେଲା,ବ୍ରହ୍ମପୁର ଏବଂ କଟକଠାରେ ଖିମଜୀର ଷ୍ଟୋରମାନ ରହିଛି । ଏହି ଅଳଙ୍କାର ବ୍ରାଣ୍ଡ ସୁନା,ହୀରା,ପ୍ଲାଟିନମ୍,ରୂପା,ଅନ୍ୟାନ୍ୟ ମୂଲ୍ୟବାନ ଧାତୁ ଏବଂ ପଥରର ସଂଗ୍ରହ ରହିଛି । ଅଳଙ୍କାର ବ୍ୟତୀତ ଖିମଜୀର ଅନ୍ତର୍ଜାତୀୟ ବ୍ରାଣ୍ଡର ଘଣ୍ଟାର ଏକ ନିଆରା ସଂଗ୍ରହ ରହିଛି । ୮୪ ବର୍ଷ ପୂର୍ବେ ଯେବେଠାରୁ ଖିମଜୀର ଆରମ୍ଭ ହୋଇଛି, ସେବେଠାରୁ ଏହି ବ୍ରାଣ୍ଡ ଗ୍ରାହକଙ୍କ ବିଶ୍ୱାସ ହାସଲ କରି ଓଡିଶାବାସୀଙ୍କର ପ୍ରଥମ ପ୍ରସନ୍ଦ ହୋଇପାରିଛି ।