ପୁଣିଥରେ ସ୍ୱର୍ଣ୍ଣ ହାତେଇଲେ ଦୂତୀ

ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ

ଭୁବନେଶ୍ବର: ଚଳିତ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସର ମହିଳା ୨୦୦ ମିଟର ଇଭେଂଟରେ ଦୂତୀ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ଓଡିଆ ସ୍ପିଂଟର ଦୂତୀ ଚାନ୍ଦ । ନିର୍ଦ୍ଧାରିତ ଦୂରତାକୁ ୨୩.୬୬ ସେକେଣ୍ଡରେ ଅତିକ୍ରମ କରି ସେ ପ୍ରତିଯୋଗିତାରେ ୨ୟ ସ୍ବର୍ଣ୍ଣ ହାତେଇଛନ୍ତି ।

ସେହିପରି ଉତ୍କଳ ବିଶ୍ବବିଦ୍ୟାଳୟର ଦୀପାଲି ମହାପାତ୍ର ନିର୍ଦ୍ଧାରିତ ଦୂରତାକୁ ୨୫.୧୯ରେ ଅତିକ୍ରମ କରି ୩ୟ ସ୍ଥାନ ସହ ବ୍ରୋଞ୍ଜ ପଦକ ହାତେଇଛନ୍ତି । ଉଲ୍ଲେଖଥାଉ କି, ଶନିବାର ମହିଳା ବର୍ଗ ୧୦୦ ମିଟର ଦୌଡ ଇଭେଂଟରେ ପ୍ରଥମ ସର୍ଣ୍ଣ ଜିତିଥିଲେ ଦୂତୀ । ନିର୍ଦ୍ଧାରିତ ଦୂରତାକୁ ୧୧.୪୯ ସେକେଣ୍ଡରେ ପହଂଚି ନିଜ ରେକର୍ଡ ଭାଙ୍ଗିବା ସହ ନୂଆ ରେକର୍ଡ କରିଛନ୍ତି । ପୂର୍ବରୁ ବିଶ୍ବବିଦ୍ୟାଳୟ କ୍ରୀଡାରେ ଦୂତୀଙ୍କର ୧୦୦ ମିଟର ଦୌଡରେ ବ୍ୟକ୍ତିଗତ ରେକର୍ଡ ରହିଥିଲା ୧୧.୫୮ ।

ସେହିପରି ଆଜି ଅନୁଷ୍ଠିତ ହୋଇଥିବା ପୁରୁଷ ବିଭାଗର ୨୦୦ ମିଟରରେ ଦୌଡରେ ସ୍ବର୍ଣ୍ଣ ଜିତିଛନ୍ତି ତାମିଲନାଡୁ ମାଡ୍ରାସ ୟୁନିଭର୍ସିଟିର ରାହୁଲ କୁମାର ।