ସ୍ବର୍ଣ୍ଣରେ ଚମକିଲେ ଦୂତୀ

ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡା

ଭୁବନେଶ୍ବର: ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡାରେ ଦମ ଦେଖାଇଲେ ଦୌଡରାଣୀ ଦୂତୀ । ମହିଳା ବର୍ଗ ୧୦୦ ମିଟର ଦୌଡ ଇଭେଂଟରେ ଓଡିଆ ଝିଅ ଦୂତୀ ଚାନ୍ଦ ଓଡିଶାକୁ ଭେଟି ଦେଇଛନ୍ତି ଆଉ ଏକ ସ୍ବର୍ଣ୍ଣ ।

କିଟ୍ ବିଶ୍ବବିଦ୍ୟାଳୟ ପକ୍ଷରୁ ୧୦୦ ମିଟର ଦୌଡ ଇଭେଂଟରେ ଭାଗ ନେଇଥିଲେ ଦୂତୀ । ଆଜି ଅପରାହ୍ନରେ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏହି ପ୍ରତିଯୋଗିତାରେ ଦୂତୀ ନିଜର ପୂର୍ବ ୟୁନିଭରସିଟି ରେକର୍ଡ ଭାଙ୍ଗିବା ସହ, ନୂଆ କୀର୍ତିମାନ ସ୍ଥାପନ କରିଛନ୍ତି । ୧୦୦ ମିଟର ଦୌଡ ଇଭେଂଟରେ ପୂର୍ବରୁ ବିଶ୍ବବିଦ୍ୟାଳୟ କ୍ରୀଡାରେ ଦୂତୀଙ୍କର ବ୍ୟକ୍ତିଗତ ରେକର୍ଡ ରହିଥିଲା ୧୧.୫୮ । ତେବେ କଳିଙ୍ଗ ଷ୍ଟାଡିୟମରେ ୧୧.୪୯ ସେକେଣ୍ଡରେ ପହଂଚି ନିଜ ରେକର୍ଡ ଭାଙ୍ଗିବା ସହ ନୂଆ ରେକର୍ଡ କରିଛନ୍ତି ।