ଲୋକସଭା ବାଚସ୍ପତିଙ୍କୁ ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କ ଚିଠି : ଓଟିଭି ବିରୋଧରେ ସ୍ୱାଧୀକାର ଭଙ୍ଗ ନୋଟିସ୍ ଆଣିବାକୁ କଲେ ଦାବି
ଭୁବନେଶ୍ୱର: ଦେଶର ସର୍ବକନିଷ୍ଠ ସାଂସଦ ଚନ୍ଦ୍ରାଣୀ ମୁର୍ମୁ ନ୍ୟାୟ ପାଇଁ ବାଚସ୍ପତିଙ୍କୁ ଗୁହାରି ଚିଠି ଲେଖିଛନ୍ତି । ଏଥିରେ ସେ ଓଟିଭି ବିରୋଧରେ ସ୍ୱାଧୀକାର ଭଙ୍ଗ ନୋଟିସ ଆଣିବାକୁ ଲୋକସଭା ବାଚସ୍ପତିଙ୍କ ନିକଟରେ ଦାବି କରିଛନ୍ତି । ଅଶ୍ଳୀଳ ଭିଡିଓ ଭାଇରାଲ୍ କରି ତାଙ୍କୁ ମାନସିକ ନିର୍ଯାତନା ଦିଆଯାଇଛି। ତାଙ୍କୁ ବଦନାମ କରିବାକୁ ଷଡ଼ଯନ୍ତ୍ର କରାଯାଇଛି ବୋଲି ଲୋକସଭା ବାଚସ୍ପତିଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି କେନ୍ଦୁଝର ସାଂସଦ।
ବାଚସ୍ପତି ଓମ୍ ବିର୍ଲାଙ୍କୁ ଚିଠି ଲେଖି କହିଛନ୍ତି, ଓଟିଭି ସାମ୍ବାଦିକ ଓ ଅନ୍ୟମାନେ ମିଶି ମିଛ ଅଶ୍ଲୀଳ ଭିଡିଓ ଭାଇରାଲ କରିଥିଲେ । ଏହା ତାଙ୍କୁ ବଦନାମ ଓ ମାନସିକ ନିର୍ଯାତନା ଦେଇଛି । ତାଙ୍କ ଚରିତ୍ର ପ୍ରତି ପ୍ରଶ୍ନବାଚୀ ଛାଡ଼ି ଯାଇଛି । ଘଟଣାରେ ପୋଲସ ଓଟିଭିର କନିଷ୍ଠସ୍ତରର ସାମ୍ବାଦିକଙ୍କୁ କେବଳ ଜେରା କରିଛି । ବରିଷ୍ଠ ସାମ୍ବାଦିକ ରମେଶ ରଥଙ୍କ ନାଁ ଆସିବା ପରେ ପୋଲିସ ଜେରା କରିଛି । ହେଲେ ଓଟିଭି ସତ ଲୁଚାଇବାକୁ ଚେଷ୍ଟା କରୁଥିବା ଚନ୍ଦ୍ରାଣୀ ସ୍ୱାଧିକାର ଭଙ୍ଗ ନୋଟିସରେ ଆରୋପ ଆଣିଛନ୍ତି ।
ତାଙ୍କ ବିରୋଧରେ ହୋଇଥିବା ଅପରାଧିକ ଷଡ଼ଯନ୍ତ୍ରରେ ସାମ୍ବାଦିକ ରମେଶ ରଥ ସଂପୃକ୍ତ ଥିବା ସେ ଅଭିଯୋଗ ଆଣିଛନ୍ତି । ଓଟିଭି ଉଦ୍ଦେଶ୍ୟମୂଳକ ଭାବେ ତାଙ୍କ ବିରୋଧରେ ଖବର ପରିବେଷଣ କରି ତାଙ୍କ ଭାବମୂର୍ତ୍ତିରେ ଆଞ୍ଚ ଆଣିଛି । ଓଟିଭି ଏହାର ସାମ୍ବାଦିକ ରମେଶ ରଥଙ୍କୁ ସୁରକ୍ଷା ଦେବାକୁ ଅନେକ ମିଛ ଖବର ପରିବେଷଣ କରୁଥିବାରୁ ଲୋକସଭା ବାଚସ୍ପତିଙ୍କଠାରୁ ସେ ସୁରକ୍ଷା ମାଗିଛନ୍ତି ।
Keonjhar mp chandrani murmu write letter to loksabha speaker om birla on her fake viral video