କେନ୍ଦୁଝର ଜିଲ୍ଲାର ବିଦ୍ୟାଳୟ ରୂପାନ୍ତର ଯୋଜନାରେ ଉଦ୍‌ଘାଟନ୍ କଲେ ୫-ଟି ସଚିବ

କେନ୍ଦୁଝର ଜିଲ୍ଲାରେ ୧୦୦ଟି ସ୍କୁଲକୁ ସାମିଲ କରାଯାଇଛି

କେନ୍ଦୁଝର: ବିଦ୍ୟାଳୟ ରୂପାନ୍ତର ଯୋଜନାରେ କେନ୍ଦୁଝର ଜିଲ୍ଲାରେ ୧୦୦ଟି ସ୍କୁଲକୁ ସାମିଲ କରାଯାଇଛି । ୫-ଟି ସଚିବ ଭିକେ ପାଣ୍ଡିଆନ ଭିଡିଓ କନଫରେନ୍ସ ଜରିଆରେ ଏହାର ଉଦଘାଟନ କରିଛନ୍ତି । ଏହି ଯୋଜନାରେ ସାମିଲ ହାଇସ୍କୁଲଗୁଡିକରେ ସ୍ମାର୍ଟ କ୍ଲାସରୁମ୍, ଇ- ଲାଇବ୍ରେରୀ , ସାଇନ୍ସ ଲାବୋରଟୋରୀ, ଉନ୍ନତ କ୍ରୀଡା ଭିତ୍ତିଭୂମି ସହ ଅନ୍ୟାନ୍ୟ ସୁବିଧା ଯୋଗାଇଦିଆଯିବ । ଏନେଇ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ ଏକ ବୁକଲେଟ୍ ଉନ୍ମୋଚନ କରିଛନ୍ତି । ତେବେ ଯୋଜନାର ଉଦଘାଟନ ଅବସରରେ ଫାଇଭ-ଟି ସଚିବ ଭିଡିଓ କନଫରେନ୍ସି ଜରିଆରେ ବିଭିନ୍ନ ଅଧିକାରୀ , ଶିକ୍ଷକମାନଙ୍କ ସହିତ ଆଲୋଚନା କରିଛନ୍ତି ।

ସ୍ମାର୍ଟ ସ୍କୁଲ ହେବ ସରକାରୀ ଉଚ୍ଚ ବିଦ୍ୟାଳୟ 

ଏଥିରେ ବାଂଶପାଳ ବ୍ଲକର ୬ ଟି ସରକାରୀ ହାଇସ୍କୁଲ, ଚମ୍ପୁଆ ବ୍ଲକର ୬ଟି, ଘଷିପୁରା ବ୍ଲକର ୭ଟି, ଘଟଗାଁ ବ୍ଲକର ୭ଟି, ହାଟଡିହି ବ୍ଲକର ୯ଟି, ହରିଚନ୍ଦନପୁର ବ୍ଲକର ୭ଟି, ଝୁମୁରା ବ୍ଲକର ୯ଟି, ଯୋଡା ବ୍ଲକର ୧୩ଟି, କେନ୍ଦୁଝର ସଦର ବ୍ଲକର ୧୨ଟି ସରକାରୀ ହାଇସ୍କୁଲ , ପାଟଣା ବ୍ଲକର ୬ ଟି ସ୍କୁଲ, ତେଲକୋଇ ବ୍ଲକର ୬ଟି ସରକାରୀ ହାଇସ୍କୁଲ ମିଶାଇ ୧୦୦ଟି ସ୍କୁଲକୁ ସାମିଲ କରାଯାଇଥିବା ଜଣାପଡ଼ିଛି ।

keonjhar district include to scholl transformation scheme