ଦୁର୍ଘଟଣାରେ ପ୍ରାଣ ହରାଇଲେ କେନ୍ଦ୍ରାପଡାର ଯୁବନେତା ଦୀପ୍ତିକାନ୍ତ ପରିଜା

କେନ୍ଦ୍ରାପଡ଼ା: କେନ୍ଦ୍ରାପଡାର ଜଣେ ଅଗ୍ରଣୀ ଯୁବନେତା ତଥା ବିଜୁ ଜନତା ଦଳର ଜଣେ ସୁପରିଚିତ ଯୁବ ସଙ୍ଗଠକ ଓ ଓଡିଶା ମୋ ପରିବାରର ଯୁଗ୍ମ ସମ୍ପାଦକ ଦୀପ୍ତିକାନ୍ତ ପରିଜା(ନଣ୍ଡା)ଙ୍କର ଏକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ମଙ୍ଗଳବାର ବିଳମ୍ବିତ ରାତିରେ ନଡ଼ିଆ ବରାଇ ସନ୍ନିକଟ ବେହୁଳ ଠାରେ ଏହି ଦୁର୍ଘଟଣା ଘଟିଥିଲା ।

ସୂଚନାମୁତାବକ, ଦୀପ୍ତିକାନ୍ତ ନିଜ ଗାଡ଼ି ଡ୍ରାଇଭିଂ କରି ଆସୁଥିବା ବେଳେ ନିୟନ୍ତ୍ରଣ ହରାଇ ବେହୁଳ ବନ୍ଧଠାରେ କେନାଲ ଭିତରକୁ ଖସିପଡି ଥିଲେ । ଖବର ପାଇ ଦୀପ୍ତିକାନ୍ତଙ୍କ ଗ୍ରାମର କିଛି ଲୋକ ତାଙ୍କୁ ଉଦ୍ଧାର ପାଇଁ ଗଲା ବେଳକୁ ତାଙ୍କର ମୃତ୍ୟୁ ଘଟିସାରିଥିବା ସୂଚନା ମିଳିଛି। ଏଭଳି ଜଣେ ବଳିଷ୍ଠ ଯୁବନେତାଙ୍କ ଅକାଳ ବିୟୋଗରେ ଗ୍ରାମ ତଥା ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।