ବେଗୁନିଆରୁ ବାଂଲାଦେଶ ଭାୟା କେନ୍ଦ୍ରାପଡ଼ା ଦେଇ ଲମ୍ବିଥଲା ଟିଟୋର ଗୋ ଚାଲାଣ ଗୋ ମାଂସ କାରବାରର ନେଟୱାକ

କେନ୍ଦ୍ରାପଡ଼ା : ଓଡ଼ିଶାରୁ ଗୋ-ଚାଲାଣ ସହ ଗୋମାଂସ ଏବଂ ଗୋରୁ ଚମଡ଼ା ବ୍ୟବସାୟର ମୁଖ୍ୟ କାର୍ପଟଦାର ଥିଲା ଟିଟୋ ଓରଫ ସୟଦ ଉସମାନ ଅଲ୍ଲୀ । ଟେଣ୍ଡର ଫିକ୍ସିଂ, ବାଲିଘାଟ ନିଲାମ, ଦାଦାବଟି ଆଦାୟ ବ୍ୟତୀତ ଗ୍ୟାଙ୍ଗଷ୍ଟର ଟିଟୋର ଆଉ ଗୋଟେ ବଡ଼ କାରବାର ଉପରୁ ପରଦା ହଟାଇଛି ଏସଟିଏଫ୍‌ ଟିମ୍‌ । କେନ୍ଦ୍ରାପଡ଼ାରେ ସମ୍‌ବୁଲ୍‌ ଟ୍ରେଡର୍ସ ନାଁରେ ସଂସ୍ଥା ଖୋଲି ଦେଶ ଓ ଦେଶ ବାହାରକୁ ଗୋ-ମାଂସ ଏବଂ ଗୋରୁ-ଚମଡ଼ା ଚାଲାଣ କରି ଖୁବ୍‌ ମୋଟା ଅଙ୍କର ମାଲ କମାଉଥିଲା ଟିଟୋ ।

ବେଗୁନିଆରୁ ବାଂଲାଦେଶ ଭାୟା କେନ୍ଦ୍ରାପଡ଼ାଅପରାଧ ଦୁନିଆର ବେତାଜ୍ବାଦଶାହା ଟିଟୋ ଓରଫ ସୟଦ ଉସମାନ ଅଲ୍ଲୀ । ଖୋର୍ଦ୍ଧା ବେଗୁନିଆରୁ ଗୋଚାଲାଣ ସହ ଗୋମାଂସ ଏବଂ ଗୋରୁ ଚମଡ଼ା ବ୍ୟବସାୟର ବି ଥିଲା ମୁଖ୍ୟ କାର୍ପଟଦାରରାତିର ଘନ ଅନ୍ଧକାରକୁ ନେଇ ବେଖୋବ୍ରାଜ୍ୟ ରାଜପଥରେ ଦଉଡ଼ୁଥିବା ଗୋରୁ ଚାଲାଣ କଣ୍ଟେନରଗୁଡ଼ିକର ଷ୍ଟିୟରିଂ ଥିଲା ଟିଟୋ ହାତରେ । ନାମକୁ ମାତ୍ର ଗାଡ଼ି ଚଳାଉଥିଲେ ଡ୍ରାଇଭର । ହେଲେ ରିମୋଟ୍‌ କନ୍‌ଟ୍ରୋଲ ସମ୍ଭାଳୁଥିଲା ଏହି ଗ୍ୟାଙ୍ଗଷ୍ଟର । ପ୍ରତି ଗାଡ଼ିର ଡ୍ରାଇଭରଙ୍କୁ ଦିଆଯାଉଥିଲା ୧୦ଟି ଲେଖାଏଁ ଟଙ୍କା ଭର୍ତ୍ତି ପ୍ୟାକେଟ୍‌ । ବାଟରେ ପଡ଼ୁଥିବା ଥାନା ଆଉ ଗୋ-ଚାଲାଣକୁ ବିରୋଧ କରୁଥିବା ସଂଘର କର୍ମକର୍ତ୍ତାଙ୍କୁ ଗୋଟିଏ ଗୋଟିଏ ପ୍ୟାକେଟ୍‌ ଦେଇ ଚୁପ୍‌ ବସିବାକୁ ବାଧ୍ୟ କରାଯାଉଥିଲା ।

କେବଳ ରାଜ୍ୟ ବାହାରକୁ ଗୋଚାଲାଣ ନୁହେଁ, ଗୋମାଂସ ଏବଂ ଗୋରୁ ଚମଡ଼ାର ବ୍ୟବସାୟରୁ ଖୁବ୍ମୋଟା ଅଙ୍କର ମାଲ କମାଉଥିଲା ଟିଟୋପରଦା ଆଡ଼ୁଆଳରେ ନୁହେଁ ପରଦା ଉପରେ ମଧ୍ୟ ଚାଲିଥିଲା ଟିଟୋର ଏହି ସାଂଘାତିକ ଖେଳ । ଟିକେ ନଜର ପକାନ୍ତୁ ଏହି ସାଇନ୍‌ବୋର୍ଡ଼ ଉପରେ । ମେସର୍ସ ସମ୍‌ବୁଲ ଟ୍ରେଡର୍ସ, ବାଇପାସ୍‌ ରୋଡ଼, କେନ୍ଦ୍ରାପଡ଼ା । ଏହା ଏକ ପଞ୍ଜିକୃତ ବ୍ୟବସାୟିକ ସଂସ୍ଥା । କେନ୍ଦ୍ରାପଡ଼ାର ଗୋବରୀ ନଦୀ କୂଳରେ ରହିଥିବା ଟିଟୋର ଏହି ସଂସ୍ଥା କେବଳ ମଇଁସି ମାଂସ ବ୍ୟବସାୟ ପାଇଁ ଅନୁମତି ପାଇଥିଲାହେଲେ ଏଇ ଅନୁମତି ବଳରେ ଗୋମାଂସ ଗୋରୁ ଚମଡ଼ାର ବେଧକଡ଼ ବ୍ୟବସାୟ କରୁଥିଲା ଟିଟୋ । ସମବୁଲ ଟ୍ରେଡର୍ସ କାର୍ଯ୍ୟାଳୟର କିଛି ଦୂରରେ ରହିଛି ମାଂସ କଟିଙ୍ଗ୍‌ ପଏଣ୍ଟ । କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ, ପଟାମୁଣ୍ଡାଇ, ମହାକାଳପଡ଼ା, ପାଟକୁରା, ଅସୁରେଶ୍ବର ସମେତ ଜିଲ୍ଲାବାହାରୁ ମଧ୍ୟ ଗାଈ ଓ ବାଛୁରୀ କିଣାଯାଇ ଏଠାକୁ ଅଣାଯାଉଥିଲା । ସେମାନଙ୍କୁ କଟାଯିବା ପରେ ମାଂସ ଓ ଚମଡ଼ାକୁ ଅଲଗା ଅଲଗା ପ୍ୟାକିଂ କରାଯାଉଥିଲା । ପ୍ରତି ସପ୍ତାହରେ ପ୍ରାୟ ଦୁଇ ଥର ବଡ଼ ବଡ଼ ଟ୍ରକରେ ଏସବୁକୁ ଲୋଡିଂ କରି ଭୁବନେଶ୍ବର, ବାଲେଶ୍ବର, କୋଲକାତାକୁ ପଠାଯାଉଥିଲା । ସେଠାରୁ ଦେଶ ବାହାରକୁ ମଧ୍ୟ ପଠାଯାଉଥିଲା ଏହି ଗୋ-ମାଂସ ଓ ଚମଡ଼ା ।

ଗୋମାଂସ ଗୋରୁ ଚମଡ଼ା ବୋଝେଇ ଟକ୍ରକୁ ସୀମାପାର କରିବା ପାଇଁ ଟିଟୋର ରହିଥିଲା ସ୍ବତନ୍ତ୍ର ଆର୍ମି । ଟ୍ରକ୍‌ ଡ୍ରାଇଭର ପାଖରେ ରହୁଥିଲା ଟଙ୍କା ଭର୍ତ୍ତି ୧୦ଟି ଲଫାପା । ସେଥିମଧ୍ୟରୁ ୩ଟି ଲଫାପା ବାଟରେ ପଡ଼ୁଥିବା ୩ଟି ଥାନାକୁ ଯାଉଥିବା ବେଳେ ଅନ୍ୟ ୭ଟି ଲଫାପା ବିଭିନ୍ନ ଯୁବକ ସଂଘ ଓ ଅନୁଷ୍ଠାନର ସଦସ୍ୟଙ୍କ ପାଖକୁ ଯାଉଥିଲା । ଖାସ୍ସେଇଥିପାଇଁ ନାକେନ୍ଦ୍ରପଡ଼ା ନାକେନ୍ଦ୍ରାପଡ଼ା ବାହାରେ କୌଣସି ଯାଗାରେ ଟିଟୋର ଏହି ଟ୍ରକ୍ଗୁଡ଼ିକୁ ଅଟକାଇବା ଦୂରର କଥା କେହି ବି ହାତ ମାରୁନଥିଲେ । ଏହି ବ୍ୟବସାୟଙ୍କୁ ସମ୍ଭାଳୁଥିଲା ଟିଟୋର ୩ନମ୍ବର ଭାଇ ଜି.ବାବୁ ।  ତେବେ କେଉଁ ସବୁ ଥାନାକୁ ଟିଟୋର ଟଙ୍କା ଭର୍ତ୍ତି ଲଫାପା ଯାଉଥିଲା ତା’ର ଖୋଳତାଡ଼ କରିବ ଏସଟିଏଫ ଟିମ୍‌  । ଟିଟୋକୁ ଏନକାଉଣ୍ଟର କରାଯିବା ପରେ ଗଲା ଜୁଲାଇ ୬ରେ ଏସଟିଏଫ ଟିମ୍‌ ଟିଟୋର ଏହି ସଂସ୍ଥା ସମ୍‌ବୁଲ୍‌ ଟ୍ରେଡର୍ସ ଉପରେ ଚଢ଼ାଉକରିଥିଲା । ଯେଉଁଠାରୁ ଜବତ୍‌ ହୋଇଥିବା ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ରରୁ ଗୋମାଂସ ଓ ଗୋରୁ ଚମଡ଼ା ଚାଲାଣର ପ୍ରମାଣ ଲାଗିଥିଲା ଏସଟିଏଫ୍‌ ହାତରେ । ସେଇ ପ୍ରମାଣ ଆଧାରରେ ଏବେ ଖୋଳତାଡ଼ କରୁଛି ତଦନ୍ତକାରୀ ଟିମ୍‌ ।