ଜେଲରୁ ଥାଇ ଲୋକଙ୍କ ସମସ୍ୟା ବୁଝିଲେ କେଜ୍ରିୱାଲ

ଏବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜେଲରେ । କିନ୍ତୁ ଚାରିକାନ୍ଥ ଭିତରୁ ଚାଲୁଛି ସରକାର । ଆମେ କହୁଛୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ କଥା । ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ପାଦନ କରିଛନ୍ତି ଅରବିନ୍ଦ କେଜ୍ରିୱାଲ। ଖାଲି ଦାୟିତ୍ୱ ସମ୍ପାଦାନ କରିନାହାଁନ୍ତି ତ ଦିଲ୍ଲୀ ବାସୀଙ୍କ ଜଳ ସମସ୍ୟା ସମାଧାନ ଲାଗି ବି ଦେଇଛନ୍ତି ନିର୍ଦ୍ଦେଶ।

ଅର୍ଡର ଦେଇ ସେ କହିଛନ୍ତି ଯେ, ଖରାଦିନ ଆସୁଛି, ତୁରନ୍ତି ଲୋକଙ୍କ ପାଣି ସମସ୍ୟାର ସମାଧାନ କର । ଇଡି ହେପାଜତରେ ଥାଇ ପ୍ରଥମ କରି ମୁଖ୍ୟମନ୍ତ୍ରୀ ଭାବେ ଏମିତି କାମ କରିଛନ୍ତି କେଜ୍ରିୱାଲ । ଆପ୍ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ସୂଚନା ଥାଉକି, କେଜ୍ରିୱାଲ ଜେଲରେ ଥାଇ ଜଳ ମନ୍ତ୍ରଣାଳୟକୁ ଏକ ନିର୍ଦ୍ଦେଶନାମା ପଠାଇଛନ୍ତି ।

ସେ ରିଟିନ୍ ଅର୍ଡର ଲେଖି କହିଛନ୍ତି ଲୋକଙ୍କ ଜଳ ସମସ୍ୟାର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଖରାଦିନ ଆସୁଛି, ଯେପରି କେହି ବି ପାଣି ଅଭାବର ସମ୍ମୁଖୀନ ନ ହୁଅନ୍ତି । ଦରକାର ପଡିଲେ ଅଧିକ ଟ୍ୟାଙ୍କର ବିନିଯୋଗ କରିବାକୁ କହିଛନ୍ତି କେଜ୍ରିୱାଲ । ମନ୍ତ୍ରୀ ଆତିଶୀ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରି ଅରବିନ୍ଦ କେଜ୍ରିୱାଲ ଦେଇଥିବା ଆଦେଶ ବିଷୟରେ ସବିଶେଷ ତଥ୍ୟ ଦେଇଛନ୍ତି ।

ସେ କହିଛନ୍ତି, “ଇଡି ହେପାଜତରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସହରର କେତେକ ଅଞ୍ଚଳରେ ଜଳ ଓ ସ୍ୱେରେଜ୍ ସମସ୍ୟାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ଜଳ ଅଭାବ ଦେଖାଦେଇଥିବା ଅଞ୍ଚଳରେ ପର୍ଯ୍ୟାପ୍ତ ପରିମାଣର ପାଣି ଟ୍ୟାଙ୍କର ଲଗାଇବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।” ସେ ଆହୁରି କହିଛନ୍ତି, “ଏଭଳି ପରିସ୍ଥିତିରେ ସେ ନିଜ କଥା ନଭାବି ଦିଲ୍ଲୀବାସୀ ଏବଂ ସେମାନଙ୍କ ସମସ୍ୟା କଥା ଭାବୁଛନ୍ତି । ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ସମାଜ ମଙ୍ଗଳ କାର୍ଯ୍ୟକୁ ବନ୍ଦ କରିପାରିବନି ।

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ମାର୍ଚ୍ଚ ୨୧ରେ ଗିରଫ ହୋଇଥିଲେ ଅରବିନ୍ଦ କେଜ୍ରିୱାଲ । ଇଡି ତାଙ୍କୁ ୭ ଦିନିଆ ନ୍ୟାୟିକ ହେପାଜତକୁ ନେଇଛି । ସେ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ଇଡି ହେପାଜତରେ ରହିବେ । ଭାରତୀୟ ରାଜନୀତି ଇତିହାସରେ ସେ ପ୍ରଥମ କାର୍ଯ୍ୟରତ ମୁଖ୍ୟମନ୍ତ୍ରୀ ଭାବେ ଗିରଫ ହୋଇଛନ୍ତି । ଗିରଫଦାରୀ ପରେ ବି କେଜ୍ରିୱାଲ ଇସ୍ତଫା ଦେଇନାହାନ୍ତି । ତେବେ ଇସ୍ତଫା ନ ଦେଇ ଜେଲରୁ କାର୍ଯ୍ୟ କରିବି ବୋଲି କେଜ୍ରିୱାଲ ସିଧା ସିଧା ଶୁଣାଇଛନ୍ତି ।