ଦିଲ୍ଲୀ ହିଂସା: ମୋଦୀଙ୍କୁ ଭେଟିଲେ କେଜ୍ରିୱାଲ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଜି ସାକ୍ଷାତ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ତୃତୀୟ ଥର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ମୋଦୀଙ୍କୁ ସାକ୍ଷାତ କରିଛନ୍ତି କେଜ୍ରିୱାଲ । ସାକ୍ଷାତକାରରେ ଦିଲ୍ଲୀ ହିଂସା ଓ ଏହାର ପ୍ରତିକାର ବିଷୟରେ ଆଲୋଚନା କରିଥିବା ସୂଚନା ମିଳିଛି ।

ଏହାସହ କୋରୋନା ଭାଇରସକୁ ନେଇ ପ୍ରସ୍ତୁତି ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି ଦୁଇ ନେତା । ତେବେ ଏହି ସାକ୍ଷାତକାର ସଂସଦ ଭବନ ପରିସରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଦିନ ୧୧ଟାରେ ଅନୁଷ୍ଠିତ ହୋଇଥିଲା । ଏହା ପୂର୍ବରୁ କେଜ୍ରିୱାଲ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ସାକ୍ଷାତ କରିଥିଲେ ।