ଖୋଲିଲା କେଦାରନାଥଙ୍କ ଦ୍ୱାର, ମାତ୍ର ଯାଇପାରିବେନି ଶ୍ରଦ୍ଧାଳୁ

ନୂଆଦିଲ୍ଲୀ: କରୋନା ଭାଇରସ ପାଇଁ ଦେଶରେ ଲକଡାଉନ ଜାରି ରହିଥିବା ବେଳେ ଆଜି ସକାଳ ୬ଟା ୧୦ରେ ପ୍ରସିଦ୍ଧ କେଦାରନାଥ ମନ୍ଦିରର ଦ୍ୱାର ଖୋଲିଛି । ବିଧି ବିଧାନ ଓ ପରମ୍ପରା ସହିତ ଭଗବାନ ଶିବଶଙ୍କରଙ୍କ ପ୍ରବେଶ ଦ୍ୱାରକୁ ଖୋଲାଯାଇଛି । କେଦାରନାଥ ଧାମର ମୁଖ୍ୟ ପୂଜାରୀଙ୍କ ଉପସ୍ଥିତିରେ ମନ୍ଦିରର ଦ୍ୱାର ଖୋଲାଯାଇଥିଲା । କିନ୍ତୁ କରୋନା ଭାଇରସ ପାଇଁ ଦେଶରେ ଲକଡାଉନ ଲାଗୁ ହୋଇଥିବା ବେଳେ ଏଥର ଶ୍ରଦ୍ଧାଳୁଙ୍କୁ କେଦାରନାଥ ଯିବା ପାଇଁ ଅନୁମତି ମିଳିବ ନାହିଁ ।

ଦେବସ୍ଥାନମ ବୋର୍ଡର ୧୬ ଜଣ ଲୋକଙ୍କୁ କେବଳ କେଦାରନାଥ ଯିବାକୁ ଅନୁମତି ମିଳିଛି । ଏହା ବ୍ୟତୀତ ଧାମରେ କିଛି ଉପସ୍ଥିତ ଶ୍ରମିକ ଓ ପୋଲିସକୁ ମଧ୍ୟ ଅନୁମତି ମିଳିଛି । ଏଥର କେଦାରନାଥଙ୍କ ସାମଗ୍ରୀ ଗୋଟିଏ ଦିନ ପୂର୍ବରୁ ପହଂଚି ଯାଇଥିଲା । ଏହା ପରେ ପୁଣି ଥରେ ଆଗାମୀ ୬ ମାସ ଯାଏଁ ଏଠାରେ ପୂଜାର୍ଚ୍ଚନା ହେବ । ବର୍ତମାନ କେଦାରନାଥ ଧାମରେ ପ୍ରବଳ ଥଣ୍ଡା ହେଉଛି । ଏହା ପରେ ବି ଶ୍ରଦ୍ଧାଳୁମାନେ ଭଗବାନଙ୍କୁ ପୂଜାର୍ଚ୍ଚନା କରିଛନ୍ତି । କିନ୍ତୁ ବାହାରୁ ଶ୍ରଦ୍ଧାଳୁମାନେ ଏଠାକୁ ଯାଇପାରିବେ ନାହିଁ । କାରଣ ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇ ନାହିଁ ।